ସମାଜ ଡିଜିଟାଲ ଡେସ୍କ: ସ୍ଵଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ବୀ-୨ ଏବଂ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ଵର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରୁ ଏହି ଦୁଇ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତର ଆଣବିକ ଅସ୍ତ୍ରଶସ୍ତ୍ରର ପରିଚାଳନା କରୁଥିବା ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡ ଅଧୀନରେ ଏହି ପରୀକ୍ଷଣ ସମ୍ପନ୍ନ ହୋଇଛି। ଲଦାଖରେ ଆକାଶ ପ୍ରାଇମ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ଏହି ଦୁଇଟି ଯାକ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।
Popular Categories



