www.samajalive.in
Monday, December 8, 2025
27.1 C
Bhubaneswar

ସ୍ଵଚ୍ଛ ସହର: ଭୁବନେଶ୍ଵର ଦେଶରେ ୯ମ

ସମାଜ ଡିଜିଟାଲ ଡେସ୍କ: ଦେଶର ସବୁଠୁ ସ୍ଵଚ୍ଛ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ମ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ଵଚ୍ଛତା ସର୍ବେକ୍ଷଣ ଫଳାଫଳରୁ ଏହା ଜଣାପଡ଼ିଛି। ଗତବର୍ଷ ଭୁବନେଶ୍ଵର ୩୪ତମ ସ୍ଥାନରେ ରହିଥିଲା। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ମରେ ଥିବାବେଳେ ନୋଏଡା ପ୍ରଥମ ସ୍ଥାନରେ ରହିଛି। ସେହିପରି ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ବଡ଼ ସହରଗୁଡ଼ିକ ମଧ୍ୟରେ ଇନ୍ଦୋର ସବୁଠୁ ସ୍ଵଚ୍ଛ ସହର ତାଲିକାର ଶୀର୍ଷରେ ରହିଛି। ତେବେ ୨ୟ ସ୍ଥାନରେ ସୁରତ ଏବଂ ୩ୟ ସ୍ଥାନରେ ନଭି ମୁମ୍ବଇ ରହିଛି। ପରିମଳ ବ୍ୟବସ୍ଥାରେ ଏହି ସହରଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ପୁରସ୍କାର ପ୍ରଦାନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories