www.samajalive.in
Sunday, December 14, 2025
19.1 C
Bhubaneswar

ଧାମରା ବସଷ୍ଟାଣ୍ଡରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତରକୁ ନେଇ ଗେଟରେ ତାଲା ପକାଇଲେ କଂଗ୍ରେସ କର୍ମୀ

ଧାମରା : ଧାମରା ବସଷ୍ଟାଣ୍ଡରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତିକୁ ନେଇ ଆଜି ଏହି ବସ ଷ୍ଟାଣ୍ଡ ମୁଖ୍ୟ ଫାଟକରେ କଂଗ୍ରେସ କର୍ମୀମାନେ ତାଲା ପକାଇଦେଇଛନ୍ତି। ଗତ ଜୁନ ୪ତାରିଖରେ ୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ବସ ଷ୍ଟାଣ୍ଡ ଲୋକାର୍ପଣ ହୋଇଥିଲା। ଏହି ଷ୍ଟାଣ୍ଡ ପାଇଁ ଉଦିଷ୍ଟ ଥିବା ୨୭ଟି ଅସ୍ଥାୟୀ ପଦ ମଧ୍ୟରୁ ବିଜେପି ଦଳର ଲୋକଙ୍କୁ ୧୪ଟି ପଦରେ ନିଯୁକ୍ତି ଦିଆଯାଇଥିଲା। ବାକି ଥିବା ୧୩ଟି ପଦରେ କଂଗ୍ରେସ ଏବଂ ବିଜେଡି ଦଳର ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଆଜି ଏକ ଅସମର୍ଥିତ ସୂତ୍ରରୁ କଂଗ୍ରେସ କର୍ମୀ ଜାଣିବାକୁ ପାଇଲେ ବାକି ଥିବା ୧୩ଟି ପଦବୀ ମଧ୍ୟ ବିଜେପି କର୍ମୀ ମାନଙ୍କ ଦ୍ୱାରା ପୂରଣ ହୋଇ ଯାଇଛି। ଏହାକୁ ଭିତ୍ତି କରି କଂଗ୍ରେସ କର୍ମୀ ମାନେ ଆଜି ଅପରାହ୍ନ ୧ଟା ସମୟରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଆସି ଧାମରା ବସ ଷ୍ଟାଣ୍ଡ ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲେ। ଫଳରେ ଏହି ବସ ଷ୍ଟାଣ୍ଡ ମଧ୍ୟକୁ କୌଣସି ବସ ଯାତାୟାତ କରି ପାରି ନଥିଲା।   ଆଜି ଏହି ଦଳରେ କଂଗ୍ରେସର  ଦିଗମ୍ବର ଦାସ, ସୁରେଶ ମାହୁନ୍ତ,ବିଜୁ ନାୟକ, ଉମେଶ ମହାକୁଡ଼, ସୋନୁ ଲେଙ୍କା, ଦୁଃଖ ଜେନା, ନରେନ୍ଦ୍ର ମାଈତି, ପ୍ରଭୁରାମ ଦାସ, ନରେନ୍ଦ୍ର ନାୟକ, ବିମାନ ଗିରି, ତାରାକାନ୍ତ ସାମଲ, ଅର୍ଜୁନି ବାରିକ, ଖଗେଶ୍ୱର ମାଝୀ, ଦଶରଥ ମାଝୀ, ମୀନାରାଣୀ ଜେନା, ବିଦ୍ୟାଧର ମଲିକ, କରବିର ମାଝୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହାର ସୁସମାଧାନ ନ ହେବା ପର୍ଯ୍ୟନ୍ତ ଧାମରା ବସ ଷ୍ଟାଣ୍ଡରେ ଏପରି ତାଲା ପଡିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories