ଗୁଡଭେଲା: ଗୁଡଭେଲା ବ୍ଳକ ଅନ୍ତର୍ଗତ ଘୁନା ହାଇସ୍କୁଲରେ କ୍ରୀଡା ଶିକ୍ଷକ ବିଶ୍ବରୁପା ନାଏକଙ୍କ ଡେପୁଟେସନ୍ ବାତିଲ ଦାବିରେ ସ୍କୁଲ ଫାଟକରେ ଧାରଣା ଦିଆଯାଇଥିବା ସୂଚନା ମିଳିଛି । ପ୍ରକାଶ ଯେ ଗତ ୧୧ ତାରିଖ କ୍ରୀଡା ଶିକ୍ଷକ ଶ୍ରୀ ନାଏକଙ୍କୁ ଜାମୁଟ ହାଇସ୍କୁଲ ୩ଦିନ ଡେପୁଟେସନ୍ କରାଯାଇଛି। ହେଲେ ଉକ୍ତ ହାଇସ୍କୁଲରେ ବିଭିନ୍ନ ସମସ୍ୟା ରହିଥିବା ସହ ଶିକ୍ଷକ ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନ କୌଣସି ଧ୍ୟାନ ନ ଦେଇ ମନମୁଖି ଡେପୁଟେସନ୍ କରୁଥିବାରୁ ପ୍ରତିବାଦରେ ଛାତ୍ରଛାତ୍ରୀ ତଥା ଅଭିଭାବକ ଆଜି ସ୍କୁଲ ଫାଟକରେ ଧାରଣ ଦେଇଛନ୍ତି । ଯାହା ଦ୍ୱାରା ଶିକ୍ଷକମାନେ ବାହାରେ ରହି ବର୍ଷାରେ ଭିଜୁଛନ୍ତି ।
Popular Categories



