www.samajalive.in
Saturday, December 13, 2025
26.1 C
Bhubaneswar

ଚଳଚ୍ଚିତ୍ରର ପ୍ରଭାବ – ଅର୍ଦ୍ଧ ଚକ୍ରାକାରରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ

ଗୋପାଳପୁର: ବିଦ୍ୟାଳୟରେ ବ୍ୟାକ ବେଞ୍ଚର ପ୍ରଥା ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ରହି ଆସିଥିବା ବେଳେ ଏହି ବ୍ୟବସ୍ଥାକୁ ଉଠାଇବାକୁ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ପ୍ରୟାସ କରିଛନ୍ତି। ସେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଶ୍ରେଣୀ ଗୃହରେ ଅର୍ଦ୍ଧ ଚକ୍ରାକାର ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରି ଶ୍ରେଣୀରୁ ବ୍ୟାକ ବେଞ୍ଚର ପ୍ରଥା ଉଠାଇବାକୁ ନିବେଦନ କରିଥିଲେ। ଏହି କ୍ରମରେ ଭାବିନୀପୁର ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପୁଷ୍ଷିତା ପାଣିଗ୍ରାହୀ ଓ ସାତକୁଟଣୀ କ୍ଲଷ୍ଟର ସିଆରସିସି ସସ୍ମିତା ଦେବୀଙ୍କ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଏହା ନେଇ ଆଲୋଚନା କରିଥିଲେ। ତୃତୀୟ ଶ୍ରେଣୀର ଶ୍ରେଣୀ ଶିକ୍ଷୟତ୍ରୀ ନିଳିମା ମହାପାତ୍ର ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଏହି କ୍ରମରେ ତୃତୀୟ ଶ୍ରେଣୀର ଶ୍ରେଣୀ ଗୃହରେ ପଛକୁ ପଛ ପଡ଼ିଥିବା ସମସ୍ତ ଚେୟାର ଟେବୁଲକୁ ହଟା ଯାଇ ଅର୍ଦ୍ଧ ଚକ୍ରାକାରରେ ସମସ୍ତ ଟେବୁଲ୍ ଚେୟାର ପକାଇ ଯାଇ ଶିକ୍ଷା ଦାନ କରାଯାଇଥିଲା। ଯାହାଫଳରେ ବିଦ୍ୟାର୍ଥୀ ମାନେ ଏପରି ଶିକ୍ଷାଦାନ ବ୍ୟବସ୍ଥାକୁ ଉପଭୋଗ କରିବା ସହ ଶିକ୍ଷୟତ୍ରୀଙ୍କ ସମ୍ମୁଖରେ ସମସ୍ତ ବିଦ୍ୟାର୍ଥୀ ବସି ପାଠ ପଢି ପାରିଲେ। ସ୍ଥାନୀୟ ସରପଞ୍ଚ ଇଂ ରଞ୍ଜିତ ସାହୁ ମଧ୍ୟ ପାଠପଢା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ।

- Advertisement -

ଏହା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ ବେଳେ ସେ ସୁଚନା ଦେଇଥିଲେ ଯେ ସୋସିଆଲ ମିଡିଆରେ କେରଳରେ ଏକ ଫିଲ୍ମରେ ବ୍ୟାକ ବେଞ୍ଚରକୁ ନେଇ ତଥ୍ୟ ଉପସ୍ଥାପନ ସହ ଏହି ପ୍ରଥାକୁ ହଟାଇବାକୁ ଶ୍ରେଣୀ ଗୃହରେ ଅର୍ଦ୍ଧ ଚକ୍ରାକାରରେ ପାଠପଢ଼ା ବ୍ୟବସ୍ଥା ଦେଖିବା ପରେ ଆଜି ସକାଳେ ମୋ ଅଧିନରେ ରହିଥିବା ସମସ୍ତ ବିଦ୍ୟାଳୟକୁ ଏପରି ବ୍ୟବସ୍ଥାରେ ପାଠ ପଢ଼ାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ଭାବିନୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ଏପରି ଶିକ୍ଷାଦାନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରୟାସ କରାଯିବା ସହ ବିଦ୍ଧିବଦ୍ଧ ଭାବେ ଲିଖିତ ନିର୍ଦ୍ଦେଶନାମା ମଧ୍ୟ ଜାରି କରିବାକୁ ଚେଷ୍ଟା କରିବେ ବୋଲି ମତପୋଷଣ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories