www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରେନରୁ ଖସି ଯବାନ ଗୁରୁତର

କଲ୍ୟାଣସିଂହପୁର: ଟ୍ରେନ୍‌ରୁ ଖସିପଡ଼ି ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଉରକେଲା-କୋରାପୁଟ ଇଣ୍ଟରସିଟି ଟ୍ରେନରୁ ଖସି ଯବାନ ଶରତ ମାଝୀ(୩୪) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ରାୟଗଡ଼ାଠାରୁ କୋରାପୁଟ ଯାଇଥିବା କେଆର ଲାଇନର ଭାଲୁମାସ୍କା ଓ ଲେଲିଗୁମ୍ମା ମଧ୍ୟରେ ଟ୍ରାକରେ ଜ​‌ଣେ ଯବାନ ଖସି ପଡ଼ିଥିବା ନେଇ ରାୟଗଡ଼ା ଆରପିଏଫ ଜେ ସୂର୍ଯ୍ୟନାରାୟଣ, ସିଆରପିଏଫ ବିଜୟୀ ସିଂ ଖବର ପାଇଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ରୋଗୀବୁହା ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ମାନସ ତାଣ୍ଡି ପ୍ରାଥମିକ ଚିକିତ୍ସା କରିଥିଲେ। ଯବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ଗୋଡ଼ ଓ ଛାତିରେ ମାଡ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଯବାନ ଶରତ ମାଝୀ ରାଉରକେଲା କୋରାପୁଟ ଇଣ୍ଟରସିଟିରେ କାର୍ଯ୍ୟ ସ୍ଥଳକୁ ଯାଉଥିବାବେଳେ ଲେଲିଗୁମ୍ମା ଓ ଭାଲୁମାସ୍କା ମଝିରେ ଖସି ପଡ଼ିଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ବୋଲି ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories