www.samajalive.in
Friday, December 12, 2025
15.1 C
Bhubaneswar

ଗିରଫ ହେଲେ ଅଧ୍ୟାପକ, ଅଧ୍ୟକ୍ଷ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ। ସେ କଲେଜର ଶିକ୍ଷା ବିଭାଗ ମୁଖ୍ୟ(ଏଚଓଡି) ଥିଲେ। ସମୀରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରାଯିବା ପରେ ସହଦେବଖୁଣ୍ଟା ପୁଲିସ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି। ସେହିପରି କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ, ପୀଡ଼ିତା ଛାତ୍ରୀଙ୍କୁ ଅଧ୍ୟାପକ ସମୀର ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇଆସୁଥିଲେ। ପ୍ରାୟ ୭/୮ ମାସ ଧରି ଛାତ୍ରୀ ଜଣକ ନିର୍ଯାତନା ପାଇବା ପରେ ଗତ ୩୦ ତାରିଖରେ ନିଜ ସହପାଠୀମାନଙ୍କ ସହିତ ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଛାତ୍ରୀ ଜଣକ ଶନିବାର କଲେଜ ଗେଟ୍ ନିକଟରେ ଧାରଣା ଦେଇଥିଲେ। କିନ୍ତୁ ହଠାତ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କୁ ଏବେ ଭୁବନେଶ୍ଵର ଏମ୍ସରେ ଚିକିତ୍ସା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories