www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରାବଣର ପ୍ରଥମ ଶନିବାର ପୁଣି ୩୦ ବର୍ଷ ପରେ ଶନିଙ୍କ ରାଜଯୋଗ : ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଢିବ ଦରମା, କିଣିବେ ଘର, ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟଅନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହା ଦ୍ୱାରା ଅନେକ ଶୁଭ ଯୋଗ, ରାଜଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶ୍ରାବଣ ମାସକୁ ଖୁବ ପବିତ୍ର ମାସ କୁହାଯାଏ । ଏହି ସମୟରେ ଶ୍ରଦ୍ଧାଳୁ ପ୍ରଭୁ ଶିବ ଶଙ୍କରଙ୍କୁ ଆରାଧନା କରିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନାର ଖୁବ୍‌ ମହତ୍ତ୍ୱ ମଧ୍ୟ ରହିଛି । ଜୁଲାଇ ୧୧ରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହି ମାସର ଆରମ୍ଭରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ, ଓ ଶିବ ଯୋଗ ହେବ । ବୃହସ୍ପତି ମଧ୍ୟ ଉଦୟ ହୋଇସାରିଛନ୍ତି । ଶନି ଓ ବୁଧଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଯେ କି ବ୍ୟକ୍ତିଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାନ୍ତି । ଶନି ସବୁଠାରୁ ଧିମା ଚଳନ ମଧ୍ୟ କରି ଥାନ୍ତି । ବର୍ତ୍ତମାନ ଶନି ମୀନ ରାଶିରେ ବିରାଜମାନ ରହିଛନ୍ତି । ୧୩ ଜୁଲାଇରେ ମୀନ ରାଶିରେ ଓଲଟା ଚଳନ କରିବେ । ଶନି ଓଲଟା ଚଳନ କରିବା ଦ୍ୱାରା ଏକ ଦୁର୍ଲ୍ଲଭ କେନ୍ଦ୍ର-ତ୍ରିକୋଣ ରାଜଯୋଗ ସୃଷ୍ଟି ହେବ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ମାଲାମାଲ୍‌..

ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅଟକି ଥିବା କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ନୂଆ ସୁଯୋଗ ମିଳିବ ।

- Advertisement -

ମିଥୁନ- ଶୁଭଫଳ ମିଳିବ । ସକରାତ୍ମକ ପରିବର୍ତ୍ତନ ମିଳିବ । ହଠାତ୍‌ ଧନ ଲାଭ ହେବ ।

କନ୍ୟା- ନୂଆ କାମ ଆରମ୍ଭ କରିବେ । ବିଦେଶ ଯାତ୍ରାର ଯୋଗ ରହିଛି । ଧନ ଲାଭ ହେବ ।

ତୁଳା- ସଫଳତା ମିଳିବ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ପୁରୁଣା ରୋଗ ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ବିଛା- କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପୁରୁଣା ଅଟକି ଥିବା କାମ ସଫଳ ହେବ । ପରିଶ୍ରମର ଫଳ ମିଳିବ ।

ଧନୁ- ସକରାତ୍ମକ ଫଳ ମିଳିବ । କଳହ ଦୂର ହହବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ଗାଡି କିଣିବାର ଯୋଗ ରହିଛି ।

କୁମ୍ଭ- ଆୟରେ ବୃଦ୍ଧି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଶୁଭଖବର ମିଳିବ ।

ଜାଣନ୍ତୁ ସାମ୍‌ସଙ୍ଗ୍‌ର ନୂଆ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ଦାମ୍‌ କେତେ; ଏହି ଦିନରୁ ଆରମ୍ଭ ହେବ ବିକ୍ରି

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories