ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ପିଛୁଳାବେଡ଼ା ନିକଟରେ ଜାମୁଲେଇବେଡ଼ା ନର୍ଦନବେଡା ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ଏକ ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ତମ୍ବୁ ଲଗାଯାଇ ମାଟି ପରୀକ୍ଷା କାମ ଚାଲିଥିଲା। ଏକ ତମ୍ବୁରେ ଯାଜପୁର ଜିଲ୍ଲା ଅଞ୍ଚଳର ୪ଜଣ କର୍ମଚାରୀ ରହୁଥିବା ବେଳେ ଗତରାତି ୩ଟା ପରେ ପରେ ହଠାତ୍ ଏକ ଗୋଠଛଡ଼ା ଦନ୍ତାହାତୀ ଏହି ତମ୍ବୁକୁ ଭାଙ୍ଗି ଶୋଇଥିବା ଜଣେ ଶ୍ରମିକକୁ ପାଦରେ ଦଳି ମାରି ଦେବା ସହ ଆଉ ଜଣକୁ ଗୁରୁତର କରିଛି। ମୃତକ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ସୁଆଁପୁର ଗ୍ରାମର ବିରଞ୍ଚି ଜେନା (୪୨) ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଜଣକ ବଡ଼ଚଣା ଥାନା କେମ୍ପାଲ ମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଲିଆ (୬୦) ବୋଲି ଜଣାପଡିଛି। ଖବର ପାଇ ପାଟଣା ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ଦେବଜାନୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଗୁରୁତରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଘଟଗାଁ ପୁଲିସ ମୃତଦେହକୁ ଉଦ୍ଧାର କରି ପାଟଣା ଡାକ୍ତରଖାନାକୁ ନେଇଛି। ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦାର ସମସ୍ତ ଘଟଣାର ତଦନ୍ତ କରିଛନ୍ତି।
ଜାଣନ୍ତୁ ସାମ୍ସଙ୍ଗ୍ର ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଦାମ୍ କେତେ; ଏହି ଦିନରୁ ଆରମ୍ଭ ହେବ ବିକ୍ରି



