ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ପିପିଲି ଡେଲାଙ୍ଗାରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ନମୁନା ପରୀକ୍ଷାରୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଏଠାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ସ୍ପଷ୍ଟ ହୋଇଛି । ଡେଲାଙ୍ଗର ବଡା ଆଙ୍କୁଲା ଗାଁ ଭାଇରସ୍ ର ଏପିସେଣ୍ଟର୍ ହୋଇଛି । ଏପିସେଣ୍ଟର୍ ର ୧ କିଲୋମିଟର ମଧ୍ୟରେ ବାର୍ଡ କଲିଂ କରାଯିବ । କଲିଂ କେନ୍ଦ୍ରରୁ ୧୦ କିଲୋମିଟର ମଧ୍ୟରେ ନଜର ରଖାଯିବ ବୋଲି କୁହାଯାଇଛି । ସଂକ୍ରମିତ ସ୍ଥାନରୁ ୧୦ କିଲୋମିଟର ମଧ୍ୟରେ ଥିବା କୁକୁଡା ଦୋକାନ ସବୁ ବନ୍ଦ କରାଯିବ ।
Popular Categories



