www.samajalive.in
Friday, December 5, 2025
26.1 C
Bhubaneswar

ଆରମ୍ଭ ହେଲାଣି ପାଠପଢ଼ା,ସରୁନି ନାମଲେଖା ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ

କଟକ: ଚଳିତ ଶିକ୍ଷାବର୍ଷ ନିମନ୍ତେ ପାଠପଢ଼ା ଆରମ୍ଭ ହୋଇସାରିଲାଣି;କିନ୍ତୁ  ଶିକ୍ଷା ଗ୍ରହଣରୁ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। କାରଣ ଏବେ ବି ରାଜ୍ୟରେ ସ୍ନାତକ ଏବଂ ସ୍ନାତକୋତ୍ତରରେ ନାମଲେଖା ପ୍ରକ୍ରିୟା ଶେଷ ହୋଇନାହିଁ। ଆହୁରି ୪୦ ପ୍ରତିଶତରୁ ଅଧିକ ସିଟ୍‌ ଖାଲିପଡ଼ିଛି। ସ୍ନାତକରେ ୧ ଲକ୍ଷ ୧୪ ହଜାର ୧୦୦ ସିଟ୍‌ ଖାଲି ରହିଥିବାବେଳେ ସ୍ନାତକୋତ୍ତର (ପିଜି)ରେ ୧୩ ହଜାର ସିଟ୍‌ରୁ ଅଧିକ ପୂରଣ ହୋଇପାରୁନାହିଁ। ପୂର୍ବରୁ ବିଶ୍ବବିଦ୍ୟାଳୟ ଅଧୀନରେ ହେଉଥିବା ନାମଲେଖା ପ୍ରକ୍ରିୟାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସିଟ୍‌ ପୂରଣ ହେବା ସହ ପାଠପଢ଼ା ଆରମ୍ଭ ହେଉଥିଲା;ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍‌ସ)କୁ ନାମଲେଖା ଦାୟିତ୍ବ ଦିଆଯିବା ପରେ ପ୍ରତିବର୍ଷ ନାମଲେଖା ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ରାଜ୍ୟର ୧୦୫୨ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଏବେ ମଧ୍ୟ ନାମଲେଖା ପ୍ରକ୍ରିୟା ଚାଲିଛି।

ସ୍ନାତକରେ ୨ ଲକ୍ଷ ୭୩ ହଜାର ୯୯୩ ସିଟ୍‌ ରୁ ୧ ଲକ୍ଷ ୫୯ ହଜାର ୮୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୧୪ ହଜାର ୧୦୦ ସିଟ୍‌ ଫାଙ୍କା ରହିଛି। ତନ୍ମଧ୍ୟରୁ କଳାରେ ୧ ଲକ୍ଷ ୫୫ ହଜାର ୩୪୨ ସିଟ୍‌ ରହିଥିବାବେଳେ ୫୩ ହଜାର ୪୫୨,  ଫିଜିକାଲ ସାଇନ୍ସରେ ୪୪, ୪୩୭ ରୁ ୨୨, ୮୯୮ ସିଟ୍‌, ଜୀବ ବିଜ୍ଞାନରେ ୨୭, ୯୮୪ ରୁ ୧୧, ୧୭୯ ଖାଲି, ବାଣିଜ୍ୟ ପାଠ୍ୟକ୍ରମ ୩୧, ୯୬୪ ରୁ ୧୭, ୬୯୬ ସି୍‌ଟ, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୫୦୫୪ ରୁ ୨୫୬୫ ଏବଂ ସଂସ୍କୃତରେ ୯୨୧୨ ରୁ ୬୩୧୦ ସିଟ୍‌ ଖାଲି ରହିଛି। ଏହି ସବୁ ସିଟ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପୂରଣ କରାଯିବ। ସ୍ନାତକରେ ନାମଲେଖା ପ୍ରକ୍ରିୟା ଗତ ମେ ମାସ ଠାରୁ ଆରମ୍ଭ ହୋଇଥିଲା। ଶୀଘ୍ର ନାମଲେଖା ସାରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଜୁଲାଇ ୧୦ରୁ ଶିକ୍ଷାଦାନ ଆରମ୍ଭ ହୋଇସାରିଛି;ହେଲେ ଯେଉଁମାନେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କୁ ପୁଣି ଥରେ ମୂଳରୁ ପାଠପଢ଼ା ଆରମ୍ଭ କରାଯିବା ସମ୍ଭବ ନୁହେଁ। ତେଣୁ ପ୍ରଥମ ପର୍ଯ୍ୟାୟର ଛାତ୍ରଛାତ୍ରୀମାନେ ଯେଉଁ ବିଷୟ ପଢ଼ିଥିବେ, ଦ୍ବିତୀୟ ପର୍ଯ୍ୟାୟର ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ବିଷୟରେ ଆଉ ପଢ଼ାଯାଇପାରିବ ନାହିଁ। ଏଭଳି ସ୍ଥିତି ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ୧୨୧ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ନାମଲେଖା ହୋଇଛି। ୩୧୧୨୮ ସିଟ୍‌ରୁ ୧୮ ହଜାର ୪୦୦ ସିଟ୍‌ ପୂରଣ ହୋଇଛି। ଆହୁରି ୧୩ ହଜାରରୁ ଅଧିକ ସିଟ୍‌ ପୂରଣ ହେବାକୁ ବାକି ରହିଛି। ପିଜିରେ ମଧ୍ୟ ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ କରାଯାଉଛି। ତେଣୁ ଏଥିରେ ମଧ୍ୟ ପୂର୍ବଭଳି ପାଠପଢ଼ାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories