www.samajalive.in
Sunday, December 14, 2025
23.1 C
Bhubaneswar

ଗୋପାଳପୁରରେ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ନିମନ୍ତେ ତଦାରଖ କଲେ ପର୍ଯ୍ୟଟନ ବିଭାଗ ସଚିବ 

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ନିମନ୍ତେ ଆଜି ପର୍ଯ୍ୟଟନ ବିଭାଗର ସଚିବ ବଳବନ୍ତ ସିଂ ପହଞ୍ଚି ବିଭିନ୍ନ ବିଷୟରେ ତଦାରଖ କରିଥିଲେ । ପରେ ମତ୍ସ୍ୟ ଅବତରଣ କେନ୍ଦ୍ର ବେଳାଭୂମିଠାରୁ ଇକୋରିଟ୍ରିଟ ବେଳାଭୂମି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ କରଣ, ଆଲୋକୀ କରଣ, ଶୌଚାଳୟ ନିର୍ମାଣ, ବୃକ୍ଷ ରୋପଣ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସି ସି କ୍ୟାମେରା, ପର୍ଯ୍ୟଟକଙ୍କ ଚଲା ପଥ, ପାର୍କିଂ, ବସିବା ପାଇଁ ଚ୍ୟାର, ବେଳାଭୂମି ସଫା ସୁତରା ଆଦି ଉପରେ ଆଲୋଚନା କରିବା ସହ ବ୍ଲୁ ଫ୍ଲାଗ ନିମନ୍ତେ ରହିଥିବା ଆବଶ୍ୟକ ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ। ତଦାରଖବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତଗିର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ବ୍ରହ୍ମପୁର ବି ଏମ ସି କମିଶନର ତଥା ବିଡିଏ ଅଧକ୍ଷ ପ୍ରଥମେଶ ଅରବିନ୍ଦ ରାଜଶିର୍କେ,ବ୍ରହ୍ମପୁର ବି ଡ଼ି ଏ କତୃପକ୍ଷ, ଅର୍କିଟେକ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଗୋପାଳପୁର ବେଳାଭୂମିକୁ କିପରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବା ପାଇଁ ବ୍ଲୁ ଫ୍ଲାଗ ଗଠନ ନିମନ୍ତେ ଆଲୋଚନା କରିବା ସହ ବେଳାଭୂମି କୁ ସଫା ସୁତରା ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଗୋପାଳପୁରରେ ହେବାକୁ ଥିବା ତାରକା ହୋଟେଲ ମାଲିକମାନଙ୍କ ସହ ଭି.ସି ମାଧ୍ୟମରେ ଆଲୋଚନା କରି ଶୀଘ୍ର କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରୁ କାମ ଆରମ୍ଭ ହୋଇ ଜୁଲାଇ ୨୦୨୬ ମଧ୍ୟରେ ବ୍ଲୁ ଫ୍ଲାଗ ବିଚ କାମ ଶେଷ କରିବା ପାଇଁ ନିଷ୍ପତି ହୋଇଥିବା କହିଛନ୍ତି। ସୂଚନା ଯୋଗ୍ୟ ଗତ ୨୦୨୦-୨୧ ରେ ଅନୁରୂପ ଭାବେ ପ୍ରଶାସନ ପକ୍ଷରୁ ଗୋପାଳପୁରରେ‌ ବ୍ଲୁ ଫ୍ଲାଗ ବିଚ୍ ଗଠନ ନିମନ୍ତେ ସମସ୍ତ ପ୍ରସ୍ତୁତି ସହ ନିର୍ମାଣ କାମ ଆରମ୍ଭ କରାଯାଇଥିଲା, କିନ୍ତୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସେମାନେ ବ୍ୟବହାର କରି ଆସୁଥିବା ଜମିରେ ବ୍ଲୁ ଫ୍ଲାଗ ବିଚ୍ ଗଠନକୁ ପ୍ରବଳ ବିରୋଧ କରାଯାଇଥିଲା। ଯାହା ଫଳରେ ପ୍ରଶାସନ ମତ୍ସ୍ୟଜୀବୀଙ୍କ ଦାବି ଆଗରେ ପ୍ରଶାସନ ନରମି ଯିବା ସହ ବ୍ଲୁ ଫ୍ଲାଗ ବିଚ୍ ଗଠନ ପ୍ରସ୍ତୁତିରେ ବିରାମ ଲଗାଇଥିଲେ। ଏବଂ ସୁନାପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ଗଠନ କରାଯାଇଥିଲା। ଏଣୁ ଏବେ ମଧ୍ୟ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଅଭାବ ଅସୁବିଧା ନେଇ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ବ୍ଲୁ ଫ୍ଲାଗ ବିଚ୍ ଗଠନ ପ୍ରକ୍ରିୟା କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories