www.samajalive.in
Sunday, December 14, 2025
15.1 C
Bhubaneswar

ହାତୀ ଆକ୍ରମଣରେ ସୁରକ୍ଷା କର୍ମଚାରୀ ଗୁରୁତର

ରଣପୁରଗଡ : ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବ୍ଲକ୍ ପଟିଆ ବନାଞ୍ଚଳ ଗୋଦାସାହି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ହାତୀ ସୁରକ୍ଷା ସ୍କ୍ୱାର୍ଡ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୁରକ୍ଷା କର୍ମଚାରୀ ହେଉଛନ୍ତି ପଟିଆ ଗ୍ରାମର ବସନ୍ତ ମାଝୀ। ଗୋଦାସାହି ଠାରୁ ଗିରିଣ୍ଡା ଜଙ୍ଗଲ ରେ ୨୧ ଟି ହାତୀ ରହିଛନ୍ତି। ହାତୀ ଛୁଆ ଦେଇଥିବାରୁ ସେ ସ୍ଥାନ ଛାଡି ଯାଉନାହାନ୍ତି। ଛୁଆର ସୁରକ୍ଷା ପାଇଁ ହାତୀ ଉଗ୍ର ହେଉଛନ୍ତି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ସୁଚନା ଅନୁଯାୟୀ ବସନ୍ତ ମାଝୀ ଅନ୍ୟ କର୍ମଚାରୀମାନଙ୍କ ସହ ହାତୀ ଦଳ ଗତିବିଧି ଲକ୍ଷ କରିବାକୁ ସାଇରନ ଧରି ଯାଇଥିଲେ। ହଠାତ୍ ହାତୀ ଦୈ।ଡି ଆସି ମାଝୀଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ନିକଟସ୍ଥ ଟାଙ୍ଗୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ବନ ବିଭାଗ ଜଙ୍ଗଲ ଭିତରକୁ ନଯିବା ପାଇଁ ସତର୍କ କରାଉଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories