www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲପୁରରେ ରୋହିଙ୍ଗ୍ୟା ଧରପଗଡ

ସମ୍ବଲପୁର : ସାରା ରାଜ୍ୟରେ ରୋହିଙ୍ଗିଆ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପାଇଁ ଅଭିଯାନ ଆରମ୍ଭ କରାଯାଇଥିବାବେଳେ ସମ୍ବଲପୁରଠାରେ ଗୁରୁବାର ଏହି ଅଭିଯାନ ଜୋରଦାର ରୂପେ ଆରମ୍ଭ କରାଯାଇଛି । ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ଅନେକ ଅନୁପ୍ରବେଶକାରୀ ରହିଥିବାର ସୁଚନା ମିଳିବା ପରେ ପୁଲିସ ପକ୍ଷରୁ ଅବୈଧ୍ୟ ରୂପେ ରହୁଥିବା ଅନୁପ୍ରବେଶକାରୀ ଚିହ୍ନଟ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଦିନ ସମୟରେ ଧନୁପାଲି ପୁଲିସ ଅଧିକାରୀ ଆଦିତ୍ୟ ମହାକୁରଙ୍କ ନେତୃତ୍ୱରେ ଏକ ଦଳ ମୋତିଝରନ, ସୁନାପାଲି, ରାଜା ନଗର, କ୍ଷେତିପଡା, ଧନକଉଡା ଆଦି ଅଞ୍ଚଳ ପରିଦର୍ଶନ କରାଯାଇ ବାହାର ରାଜ୍ୟରୁ ଆସି ରହି ଏଠାରେ କାମ କରୁଥିବା ବ୍ୟକ୍ତି ଓ ସେମାନଙ୍କର ଠିକାଦାର ମାନଙ୍କୁ ଥାନାକୁ ଆସି ନିଜର ପରିଚୟ ପତ୍ର ସହିତ ଅନ୍ୟାନ୍ୟ କାଗଜପତ୍ର ଦେଖାଇ ଯାଞ୍ଚରେ ସହଯୋଗ କରିବା ପାଇଁ କୁହାଯାଇଥିଲା । ଫଳରେ ସନ୍ଧ୍ୟା ସମୟରେ ଧନୁପାଲି ଥାନାରେ ଶତାଧିକ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ଓ ସେମାନଙ୍କର ଠିକାଦାର ମାନେ ପହଞ୍ଚି ସେମାନଙ୍କର ପରିଚୟ ପୃଷ୍ଟି କରିବା ପାଇଁ ବିଭିନ୍ନ କାଗଜପତ୍ର ଓ ତଥ୍ୟ ପ୍ରଦାନ କରିଛନ୍ତି ।

ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କର ନାମ, ସମ୍ପୁର୍ଣ୍ଣ ଠିକଣା, ପାସପୋର୍ଟ ନମ୍ବର, ଜନ୍ମ ପ୍ରମାଣପତ୍ର, ବିଦ୍ୟାଳୟ ଛାଡିବା ପ୍ରମାଣ ପତ୍ର, ଜମି ସଂକ୍ରାନ୍ତୀୟ ତଥ୍ୟ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ମୋବାଇଲ ନମ୍ବର ଆଦି ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଛି । ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରକ୍ରିୟାରେ ଆଜି ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରାୟ ୨ ଶହ ଲୋକଙ୍କ ସମ୍ପର୍କରେ ଲିଖିତ ଭାବରେ ତଥ୍ୟ ସଂଗ୍ରହ କରାଯାଇଛି । ସଦର ଏସଡିପିଓ ତୁଫାନ ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅଭିଯାନ ଚାଲିଛି । ସଂଗ୍ରହ କରାଯାଇଥିବା ତଥ୍ୟ ଗୁଡିକୁ ସରକାରଙ୍କ ଠାରେ ରହିଥିବା ତଥ୍ୟ ସହିତ ମେଲାଣ କରାଯିବ ଏବଂ ଯଦି କୌଣସି ଅନୁପ୍ରବେଶକାରୀ ଧରା ପଡନ୍ତି, ତାହା ହେଲେ ଆଇନ ଅନୁଯାୟୀ ଆବଶ୍ୟକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି । ଏଥି ସହ ଆଗାମୀ ଦିନରେ ଆବଶ୍ୟକ ହେଲେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କଡା ଯାଞ୍ଚ କରାଯିବ ବୋଲି ସମ୍ବଲପୁର ପୁଲିସ ପକ୍ଷରୁ ସୁଚନା ମିଳିଛି । ପଡୋଶୀ ଜିଲା, ସାରା ରାଜ୍ୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ବହୁ ଦିନରୁ ହୋଇ ସାରିଥିବା ବେଳେ ବହୁ ପଛରେ ସମ୍ବଲପୁର ପୁଲିସ ଏହି ଅଭିଯାନ ଆରମ୍ଭ କରିଛି । ଏଣୁ ଅନେକ ଅନୁପ୍ରବେଶକାରୀ ମାନେ ସରକାର ଓ ପୁଲିସର ଆକ୍ସନ ଭୟରେ ପୁର୍ବରୁ ସର୍ତକ ହୋଇଯାଇଥିବାର କୁହାଯାଇଛି । ତେବେ ପୁଲିସର ଏହି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଉଛି ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories