www.samajalive.in
Sunday, December 14, 2025
26.1 C
Bhubaneswar

ଜଙ୍ଗଲୀ ହାତୀ ଉଜାଡ଼ିଦେଲେ ୮ ଏକର ଧାନ ଫସଲ

ଲାଞ୍ଜିଗଡ଼: ପ୍ରାୟ ମାସଟିଏ ହେଲା ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ଠିକ୍ ସମୟରେ ବର୍ଷା ହେବା ଯୋଗୁଁଁ ଚାଷୀ ଏଥର ବିହନ ବୁଣାବୁଣି ଓ ତଳି ରୋଇବାରେ ଆଗୁଆ ରହିଛି। କେତେକ ଅଞ୍ଚଳରେ ବୁଣାବୁଣି ଓ ତଳିରୁଆ ସାରିଥିବାବେଳେ ଆଉ କେଉଁଠି ଧାନ ଗଛ ବଢ଼ି ଆସିଲାଣି। ତେବେ ଏହି ସମୟରେ ଚାଷ ଓ ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଜଙ୍ଗଲୀ ହାତୀ ପଲ। ଏକ ଷୋହଳ ଟିକିଆ ହାତୀପଲ ଧାନ ଚାଷ ହୋଇଥିବା ଜମିରେ ଉତ୍ପାତ କରିବା ସହିତ ପାଦରେ ଦଳିମକଚି ପ୍ରାୟ ୮ ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି। ଜଙ୍ଗଲୀ ହାତୀପଲଙ୍କ ଏଭଳି ଉପଦ୍ରବ ଯୋଗୁଁଁ ମୁଣ୍ଡରେ ହାତଦେଇ ବସିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ତଥା ବିଶ୍ୱନାଥପୁର ଓ ନର୍ଲା ବନାଞ୍ଚଳ ଅନ୍ତର୍ଗତ ପାଣିମୁଣ୍ଡା ଗାଁର ଚାରିଜଣ ଜଣ ଚାଷୀ। ବିଳମ୍ବିତ ରାତିରେ ପାଣିମୁଣ୍ଡା ଗାଁ ଉପର ମୁଣ୍ଡରେ ଥିବା ଚାଷଜମିକୁ ହଠାତ ଏକ ଷୋହଳ ଟିକିଆ ହାତୀପଲ ପଶି ଆସିବା ସହିତ ଗାଁର ଚାଷୀ ରଘୁନାଥ ଭୋଇଙ୍କ ଦୁଇ ଏକର, ତପନ କୁମାର ଭୋଇଙ୍କ ଦୁଇ ଏକର, ରୋହିତ ଭୋଇଙ୍କ ଦୁଇ ଏକର, ସାଧୁ ନାଏକଙ୍କ ଦୁଇ ଏକର ଜମିର ଧାନ ଫସଲକୁ ସଂପୂର୍ଣ୍ଣ ଭାବେ ଦଳି ମକଚି ନଷ୍ଟ କରିଦେଇଛନ୍ତି।

ଆଜି ସକାଳୁ ଚାଷୀମାନେ ଏ ସମ୍ପର୍କରେ ଜାଣିବା ପରେ ବନବିଭାଗକୁ ଖବର ଦେଇଥିଲେ। ତେବେ ପାଣିମୁଣ୍ଡା ଗାଁର ଚାଷଜମିର ଅଧାରୁ ଅର୍ଦ୍ଧେକ ଅଂଶ ବିଶ୍ୱନାଥପୁର ଓ ନର୍ଲା ବନାଞ୍ଚଳ ଅଧୀନରେ ଆସୁଥିବାରୁ କିଏ ତଦନ୍ତ କରିବ ଓ ରିପୋର୍ଟ ଦେବ ତାକୁ ନେଇ ଦୀର୍ଘ ସମୟ ଧରି ନ୍ଦ୍ବନ୍ଦ୍ବ ଲାଗି ରହିଥିଲା। ଏପରିକି ନର୍ଲା ବନାଞ୍ଚଳରୁ ଦୁଇ ତିନିଜଣ ଅସ୍ଥାୟୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବିଶ୍ୱନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନର ବନପାଳ ଭାଗିରଥୀ ନାଏକ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସହିତ ପହଞ୍ଚି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଫେରିଯାଇଥିବା ଜଣାପଡ଼ିଛି। ତେବେ ବର୍ଷ ତମାମ ପାଣିମୁଣ୍ଡା, ଗୋବର୍ଦ୍ଧନପୁର ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ ଓ ଉପଦ୍ରବ ଲାଗି ରହିଥିବାବେଳେ ବନ ବିଭାଗ ପକ୍ଷରୁ ଲୋକଙ୍କ ଧନଜୀବନ ଓ କଷ୍ଟୋପାର୍ଜିତ ଫସଲର ସୁରକ୍ଷାକୁ ପ୍ରାଧାନ୍ୟ ଦେବା ବଦଳରେ ରେଳ ଧାରଣାରୁ ହାତୀକୁ ସୁରକ୍ଷା ଦେବାରେ ନିୟୋଜିତ ରହୁଛି। ସେହିପରି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁଁ ବ୍ୟାପକ କ୍ଷୟକ୍ଷତି ହେଉଥିବାବେଳେ ଲୋକଙ୍କୁ ନାମକୁ ମାତ୍ର କ୍ଷତିପୂରଣ ଦିଆଯାଉଥିବା ନେଇ ଅଭିଯୋଗ ହେଉଛି। ଏଣୁ ଜଙ୍ଗଲକୁ ଲାଗିଥିବା ଚାଷଜମିର ସୁରକ୍ଷା ପାଇଁ ଜଙ୍ଗଲ ସୀମାରେ ଥିବା ପୋତି ହୋଇପଡୁଥିବା ଏଲିଫ୍ୟାଣ୍ଟ ଟ୍ରେଞ୍ଚର ପୁନରୁଦ୍ଧାର କରିବା ଓ ହାତୀପଲର ଗତିବିଧି ସମ୍ପର୍କରେ ଜାଣିବାକୁ ସୁଉଚ୍ଚ ୱାଚ ଟାୱାର ନିର୍ମାଣ ପାଇଁ ଦାବି ହେଉଛି। ସେହିପରି ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories