କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଦଣ୍ଡାଧାର ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳକୁ ଗୁରୁବାର ରାତି ୮ଟାରେ ନିଷ୍କାସନ କରାଯାଇ ଶୁକ୍ରବାର ମଧ୍ୟାହ୍ନରେ ଫାଟକ ବନ୍ଦ କରାଯାଇଛି। ଦଣ୍ଡାଧାର ଜଳ ଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଲାଗି ରହିବାରୁ ଜଲଭଣ୍ଡାରରେ ଜଳ ଧାରଣ କ୍ଷମତା ୧୦୯. ୭୩ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ୧୦୯ ମିଟରକୁ ଛୁଇଁଥିଲା। ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସାମଲଙ୍କ ନିର୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧାକର ପଟ୍ଟନାୟକ ଏଥିପ୍ରତି ଗୁରୁତ୍ୱ ଦେଇ ଉପଖଣ୍ଡ ପ୍ରଶାସନକୁ ଜଣାଇବା ସହିତ ମାଇକ୍ ଯୋଗେ ପ୍ରଚାର କରିଥିଲେ। ରାତି ୮ଟାରେ ଗୋଟିଏ ଗେଟ୍ ଖୋଲାଯାଇଥିଲା। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୦ ଘନ ମିଟର ଜଳ ପଶୁଥିବାବେଳେ ଗୋଟିଏ ଗେଟ୍ ମାଧ୍ୟମରେ ୨୫୦ ଘନ ମିଟର ଜଳ ନିଷ୍କାସିତ ହୋଇଥିଲା। ଦିନ ୧୨ଟାରେ ଜଳଭଣ୍ଡାରର ଜଳସ୍ତର ୧୦୮କୁ ଖସିବା ପରେ ଗେଟ୍କୁ ବନ୍ଦ କରାଯାଇଥିଲା।
Popular Categories



