www.samajalive.in
Sunday, December 14, 2025
16.1 C
Bhubaneswar

ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ମୋହନ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ୭୫ ବର୍ଷ ପୂରଣ ହେଉଥିବାରୁ ସେ ଅବସର ନେବା ଉଚିତ ବୋଲି କଂଗ୍ରେସ କହିଛି।

କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଆରଏସଏସ ମୁଖ୍ୟଙ୍କ କହିବା ଅନୁସାରେ ମୋଦୀ ସେପ୍ଟେମ୍ବର ୧୭ରେ ୭୫ ବର୍ଷରେ ପାଦ ଦେବେ ଏବଂ ସେ ରାଜନୀତିରୁ ସନ୍ନ୍ୟାସ ନେବେ ! ପ୍ରଧାନମନ୍ତ୍ରୀ ବି ମୋହନଙ୍କୁ ସନ୍ନ୍ୟାସ ନେବାକୁ କହିପାରନ୍ତି, କାରଣ ସେ ବି ସେପ୍ଟେମ୍ବରରେ ୭୫ ବର୍ଷରେ ପାଦ ଦେଉଛନ୍ତି।

- Advertisement -

କଂଗ୍ରେସର ଅନ୍ୟତମ ନେତା ପବନ ଖେରା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ମୋହନ ଭାଗବତ ନିଜ ବ୍ୟାଗ ଧରି କାର୍ଯ୍ୟାଳୟ ଛାଡ଼ିବା ଉଚିତ। ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅବସର ବୟସ ଉପରେ ପ୍ରଶ୍ନ ଉଠାଇଛନ୍ତି। ସଞ୍ଜୟ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଯଶଓ୍ବନ୍ତ ସିଂହଙ୍କ ଭଳି ନେତା ୭୫ ବର୍ଷରେ ପାଦ ଦେବା ପରେ ସେମାନଙ୍କୁ ଅବସର ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ବାଧ୍ୟ କରିଥିଲେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ମୋଦୀ ନିଜ ପାଇଁ ସେହି ସମାନ ନିୟମ ଆପଣାଉଛନ୍ତି କି ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories