www.samajalive.in
Sunday, December 14, 2025
26.1 C
Bhubaneswar

ବୀମା ଟଙ୍କା ପାଇଁ ଜିଲ୍ଲା କୃଷି ଅଫିସ୍‍ ଘେରିଲେ ଚାଷୀ

ଖଡିଆଳ : ୨୦୧୭ କୃଷି ବର୍ଷରେ ନୂଆପଡ଼ା ଜିଲ୍ଲା ମରୁଡିଗ୍ରସ୍ତ ହୋଇଥିବା ବେଳେ ଚାଷିଙ୍କୁ କୃଷି ବୀମା ସହାୟତା ରାଶି ପ୍ରଦାନ କରାଯାଇଥିଲା। ହେଲେ ଏହି ଜିଲ୍ଲାର ୩ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଆଜିପର୍ଯ୍ୟନ୍ତ ବୀମା ଟଙ୍କା ମିଳିପାରିନାହିଁ। ଏହାକୁ ନେଇ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଅସନ୍ତୋଷ ଚାଷୀମାନେ ଏକତ୍ର ହୋଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଏହି ଚାଷୀମାନେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ନାରେ ପ୍ରିମିୟମ ରାଶି କମ୍ପାନୀ ପାଇଥିବା ନେଇ ଦଲିଲ ସବୁ ରଖିଛନ୍ତି। ହେଲେ ବିଭିନ୍ନ ବାହାନା କରି କମ୍ପାନୀ ଚାଷୀଙ୍କୁ ହଇରାଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ବାବଦକୁ ଗତ ଦିନରେ ବହୁବାର ଦାବି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଗତ କିଛି ଦିନତଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଚାଷୀମାନେ ଭେଟି ଦାବୀ ଜଣାଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲା କୃଷି ଉପ ନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିବା ପରେ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଭୁବନେଶ୍ୱରକୁ ଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲାଲୁ ସାହୁ, ଲକ୍ଷ୍ମୀ ଚନ୍ଦ ସତନାମୀ, ତିଳକରାମ ମାଝି,ଗିରିଧାରୀ ରାଉତ ପ୍ରମୁଖ ସାମିଲ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories