www.samajalive.in
Friday, December 5, 2025
26.1 C
Bhubaneswar

ଆଇପିଏଲ ଟିକେଟ ଦୁର୍ନୀତି ମାମଲା, ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଗିରଫ

ସମାଜ ଡିଜିଟାଲ ଡେସ୍କ: ଆଇପିଏଲ ସମୟରେ ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ। ସଂଘ ଭିତରେ ଆଇପିଏଲ ଟିକେଟ ଦୁର୍ନୀତି ହୋଇଥିବାବେଳେ ଏଥିରେ ଜଗନଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ତେଲଙ୍ଗାନା ଭିଜିଲାନ୍ସ କମିସନ ଦ୍ଵାରା ଏ ନେଇ ଏକ ରିପୋର୍ଟ ଦାଖଲ ହେବା ପରେ ଅପରାଧ ଅନୁସନ୍ଧାନ ବିଭାଗ(ସିଆଇଡି) ପକ୍ଷରୁ ଜଗନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଜଗନ ଏବଂ ଅନ୍ୟ ପଦାଧିକାରୀମାନେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଫ୍ରାଞ୍ଚାଇଜ ଉପରେ ଚାପ ପକାଇ କୋଟା(୧୦ପ୍ରତିଶତ)ଠାରୁ ଅଧିକ ଟିକେଟ ଦେବାକୁ ବାଧ୍ୟ କରିଥିଲେ। ଏସବୁ ଅତିରିକ୍ତ ଟିକେଟକୁ ପଦାଧିକାରୀମାନେ ବିକ୍ରି କରି ବ୍ୟକ୍ତିଗତ ଭାବେ ଲାଭବାନ ହୋଇଥିଲେ। ଏହି ସବୁ ତଥ୍ୟ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories