ନୂଆଦିଲ୍ଲୀ : ସାମ୍ସଙ୍ଗ୍ ନିଜର ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିରିଜ ଲଞ୍ଚ କରିଛି । କମ୍ପାନୀ ଚଳିତ ବର୍ଷ ୩ ପ୍ରକାର ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଏଥିରେ ଏକ ବୁଲ୍ ଷ୍ଟାଇଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଗାଲେକ୍ସି ଜେଡ୍ ଫୋଲ୍ଡ ୭, ଗାଲେକ୍ସି ଜେଡ୍ ଫ୍ଲିପ୍ ୭, ଗାଲେକ୍ସି ଜେଡ୍ ଫ୍ଲିପ୍ ୭ଏଫଇ ସାମିଲ ରହିଛି ।
ଏହି ଫୋନ୍ ଆଣ୍ଡରଏଡ୍ ୧୬ ଉପରେ ଆଧାରିତ ୱାନ୍ ୟୁଆଇ ସହିତ ଆସିଥାଏ ଏବଂ ଏଥିରେ ଶକ୍ତିଶାଳୀ ଏଆଇ ଫିଚର ରହିଛି। କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ କମ୍ପାନୀ ଏହାର ଫୋଲ୍ଡେବଲ୍ ଫୋନରେ ଗାଲେକ୍ସି ଅଲଟ୍ରାର ୨୦୦ ଏମପି କ୍ୟାମେରା ବ୍ୟବହାର କରିଛି। ଜାଣନ୍ତୁ କେବେ ଓ କେତେ ଦାମ୍ରେ ଏହାକୁ କିଣି ପାରିବେ..
ଏହି ସାମସଙ୍ଗ ଫୋନଟି ୧,୭୪,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହୋଇଛି। ଏହାକୁ ଏବେ ପ୍ରି-ଅର୍ଡର କରାଯାଇପାରିବ ଏବଂ ଏହାର ବିକ୍ରି ଭାରତରେ ୨୫ ଜୁଲାଇରୁ ଆରମ୍ଭ ହେବ। ଏହି ଫୋନଟି ଚାରୋଟି ରଙ୍ଗ ବିକଳ୍ପରେ ଉପଲବ୍ଧ – ବ୍ଲୁ ସ୍ୟାଡୋ, ସିଲଭର ସ୍ୟାଡୋ, ଜେଟ୍ ବ୍ଲାକ୍ ଏବଂ ଏକ୍ସକ୍ଲୁସିଭ୍ ମିଣ୍ଟ। ଏହା ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ।
ଗାଲେକ୍ସି ଜେଡ୍ ଫୋଲ୍ଡ ୭ ଫିଚର୍..
୧୨ଜିବି ର୍ୟାମ୍ + ୨୫୬ ଜିବି- ୧,୭୪,୯୯୯ଟଙ୍କା
୧୨ଜିବି ର୍ୟାମ୍+୫୧୨ଜିବି-୧,୮୬,୯୯୯ଟଙ୍କା
୧୬ ଜିବି ର୍ୟାମ୍+୧ଟିବି – ୨,୧୦,୯୯୯ ଟଙ୍କା
ଗାଲେକ୍ସି ଜେଡ୍ ଫ୍ଲିପ୍ ୭ ଏହାକୁ ୧,୦୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି। ଏହି ଫୋନ୍ ଚାରୋଟି ରଙ୍ଗ ବିକଳ୍ପରେ ଉପଲବ୍ଧ – ବ୍ଲୁ ସାଡୋ, ଜେଟ୍ ବ୍ଲାକ୍, କୋରାଲ୍ ରେଡ୍ ଏବଂ ଏକ୍ସକ୍ଲୁସିଭ୍ ମିଣ୍ଟ। ଏହାକୁ ୧୨ ଜୁଲାଇରୁ ପ୍ରି-ଅର୍ଡର ପାଇଁ ଉପଲବ୍ଧ କରାଯିବ। ଏହାର ବିକ୍ରୟ ମଧ୍ୟ ୨୫ ଜୁଲାଇରେ ଅନୁଷ୍ଠିତ ହେବ।
ସାମସଙ୍ଗର ଏହି ସୁଲଭ ଫ୍ଲିପ୍ ଫୋନ୍ଟି ୮୯,୯୯୯ ଟଙ୍କାରୁ ଆରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି। ଏହାକୁ କଳା ଏବଂ ଧଳା ଦୁଇଟି ରଙ୍ଗ ବିକଳ୍ପରେ କିଣାଯାଇପାରିବ। ଏହାକୁ ୧୨ ଜୁଲାଇରୁ ପ୍ରି-ଅର୍ଡର ମଧ୍ୟ କରାଯାଇପାରିବ ଏବଂ ଏହାର ବିକ୍ରୟ ମଧ୍ୟ ୨୫ ଜୁଲାଇରୁ ଆରମ୍ଭ ହେବ।
ଦେଖନ୍ତୁ ଭୟଭୀତ କରୁଛି ଏହି ଭିଡିଓ; ଖାଲି ହାତରେ ଯୁବକ ଧରିଲେ ବିଶାଳକାୟ ଅହିରାଜ..



