www.samajalive.in
Saturday, December 6, 2025
17.1 C
Bhubaneswar

ରଙ୍ଗେଇଲୁଣ୍ଡା ବିମାନବନ୍ଦର ସଂପ୍ରସାରଣ କାମ ତଦାରଖ କଲେ ଅତିରିକ୍ତ ସଚିବ: ଆବଶ୍ୟକ ୧୧୭ କୋଟି, ମିଳିଛି ୩୪ କୋଟି

ଗୋପାଳପୁର: ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନରେ ଯାଇ ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସୁରଞ୍ଜିତା ଜେନା ଏବଂ ବିମାନବନ୍ଦର ଉପଦେଷ୍ଟା ସୁରେଶ ହୋତା ପ୍ରମୁଖ ପହଞ୍ଚି ଚାଲିଥିବା ସମ୍ପ୍ରସାରଣ କାମ ବୁଲି ଦେଖିବାସହ ତଦାରଖ କରିଛନ୍ତି। ପରେ ବିମାନବନ୍ଦର କାର୍ଯ୍ୟାଳୟଠାରେ ପୂର୍ତ୍ତ ବିଭାଗ ଗଞ୍ଜାମ ୨ର ଏସଇ, ଏସଡିଓ, ଜେଇ, ଇରିଗେସନ, ୱାଡ଼କୋ, ଟିପିଏସଓଡିଏଲ ଅଧିକାରୀଙ୍କ ସହ ବିମାନବନ୍ଦର ପରିସରରେ ଚାଲୁ ରହିଥିବା ବିଭିନ୍ନ କାମ ପଚାରି ବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରି କାମ କିଭଳି ଶୀଘ୍ର ସରିବ ତା’ ଉପରେ ଦୃଷ୍ଟି ଦେବାକୁ କହିଥିଲେ। ଏ ନେଇ ଅତିରିକ୍ତ ସଚିବଙ୍କ ସହ ଯୋଗାଯୋଗବେଳେ ବିମାନବନ୍ଦର କାର୍ଯ୍ୟର ଅଗ୍ରଗତି ତଦାରଖ କରିବାସହ ଅଧିକାରୀମାନଙ୍କ ସହ ବିଭିନ୍ନ ଆଲୋଚନା ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚଳିତ ବର୍ଷ ଶେଷସୁଦ୍ଧା ବିମାନବନ୍ଦର କାମ ଶେଷ କରାଯାଇ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।

ଅନ୍ୟପଟେ କିନ୍ତୁ ବିଜେଡି ସରକାର ସମୟରେ ଏହି ବିମାନବନ୍ଦରର ସମ୍ପୂର୍ଣ୍ଣ କାମ ସରିବାସହ ଜମି ଅଧିଗ୍ରହଣ ରାଶି ପ୍ରଦାନ ନିମନ୍ତେ ପ୍ରାୟ ୧୧୭ କୋଟିର ଏକ ବଜେଟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ ଅନୁମୋଦନ ନିମନ୍ତେ ସରକାରଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ଓଡ଼ିଶାରେ ନୂତନ ମୋହନ ମାଝୀ ସରକାର ଆସିଥିବାବେଳେ ଏବେ ପ୍ରାୟ ଏକ ବର୍ଷ ମଧ୍ୟ ବିତିଯାଇଛି। କିନ୍ତୁ ଅନୁମୋଦନ ନିମନ୍ତେ ପଠାଯାଇଥିବା ଫାଇଲର ବର୍ତ୍ତମାନର ସ୍ଥିତି କଣ ତାହା ଆଜି ଯାଏ ଜଣାପଡ଼ିନାହିଁ।

- Advertisement -

ସୂଚନାଯୋଗ୍ୟ ଯେ, ବିଜେଡ଼ି ସରକାର ଅମଳରେ ଗତ ୨୦୨୩ ଡିସେମ୍ବରରେ ପ୍ରାୟ ୩୪ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ ହେବାସହ ୨୦୨୪ ଡିସେମ୍ବର ଶେଷସୁଦ୍ଧା ବିମାନବନ୍ଦର ସମ୍ପ୍ରସାରଣ କାମ ସରିବା ପାଇଁ ନିର୍ଦ୍ଧାରିତ କରଯାଇଥିଲା। କିନ୍ତୁ ଏହା ମଧ୍ୟରେ ୬ ମାସ ସମୟ ଅତିକ୍ରାନ୍ତ ହୋଇ ସାରିଛି। ସରକାରଙ୍କ ପକ୍ଷରୁ ସମ୍ପ୍ରସାରଣ କାମକୁ ଚଳିତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ସମୟସୀମା ବର୍ଦ୍ଧିତ କରାଯାଇଥିବା ଘୋଷଣା କରାଯାଇଥିଲେସୁଦ୍ଧା ଅତିରିକ୍ତ ଦରକାର ପଡ଼ୁଥିବା ଅର୍ଥରାଶି ବରାଦ ନେଇ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ। ବର୍ତମାନ ବିମାନବନ୍ଦର ସମ୍ପ୍ରସାରଣ କାମ ମଧ୍ୟ ଅଧାପନ୍ତରିଆ ପଡ଼ି ରହିଥିବା ଦେଖିବାକୁ ମିଳିଛି। ରନ ଓ୍ବେ କାମ, ଚାରିକଡ ପାଚେରୀ କାମ, ଜମି ସମତୁଲ କାମ ଅଧାପନ୍ତରିଆ ରହିଥିବାବେଳେ ଅଧିଗ୍ରହଣ ହୋଇଥିବା ଜମି ବିସ୍ଥାପିତଙ୍କୁ ମଧ୍ୟ ସେମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନାହିଁ। ଏଣୁ ପ୍ରଥମେ ସରକାରଙ୍କ ଦରକାର ପଡ଼ୁଥିବା ବଳକା ଅର୍ଥରାଶିକୁ ତୁରନ୍ତ ଅନୁମୋଦନ କଲେ ହିଁ ବିମାନବନ୍ଦର ସମ୍ପ୍ରସାରଣ କାମ ସରିବାସହ ୨୦୨୬ରେ ଏଠାରୁ ବିମାନ ଉଡ଼ିବା ସମ୍ଭବପର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories