www.samajalive.in
Saturday, December 6, 2025
23.1 C
Bhubaneswar

ଗିଲ୍‍ଙ୍କୁ ଡର ଲର୍ଡସ୍‍ ପିଚ୍‍ ; ଜାଣନ୍ତୁ ଏଠାରେ କେବେ ଜିତିଥିଲା ଟିମ୍‍ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଜବାଷ୍ଟନ୍‍ ଗ୍ରାଉଣ୍ଡରେ ଏକ ଐତିହାସିକ ବିଜୟ ହାସଲ କରିବା ପରେ ଗୁରୁବାରଠାରୁ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ଟେଷ୍ଟମ୍ୟାଚ୍‍ ଖେଳିବାକୁ ଯାଉଛି । ବର୍ତ୍ତମାନ ପରବର୍ତ୍ତୀ ପଦକ୍ଷେପ ଏହାଠାରୁ ଏହାଠାରୁ ଆହୁରି କଷ୍ଟକର ମନେ ହେଉଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ୍‍ ଲର୍ଡସ୍‍ ଗ୍ରାଉଣ୍ଡରେ ଖେଲାଯିବାକୁ ଥିବାରୁ ଏହାକୁ ନେଇ ଗିଲଙ୍କୁ ଘାରିଛି ଚିନ୍ତା । ଏଜବାଷ୍ଟନ୍‍ ପରି ଲର୍ଡସ୍‍ ଗ୍ରାଉଣ୍ଡରେ ପୂର୍ବରୁ ଟିମ୍‍ ଇଣ୍ଡିଆର ପରିସଂଖ୍ୟାନ ମଧ୍ୟ ଲଜ୍ଜାଜନକ ରହିଛି । ଏପରି ପରିସ୍ଥିତିରେ ଯଦି ଶୁଭମନ ଗିଲ୍‍ଙ୍କୁ ଏହି ମ୍ୟାଚ୍‍ ଜିତିବାକୁ ହେଲେ, ଦଳର ଖେଳାଳି ମାନଙ୍କଠାରୁ କିଛି ବିଶେଷ ପ୍ରଦର୍ଶନ ଆଶା କରାଯିବ । ଅନେକ ଲୋକଙ୍କୁ ମନେ ରହିନଥିବ ଯେ ଟିମ୍‍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ କେବେ ମ୍ୟାଚ୍‍ ଜିତିଥିଲା ।

ଇଂଲଣ୍ଡର କୌଣସି ଗ୍ରାଉଣ୍ଡରେ ଟିମ୍‍ ଇଣ୍ଡିଆର ରେକର୍ଡ ଭଲ ହୋଇନାହିଁ । ଲର୍ଡସ୍‍ ରେ ମଧ୍ୟ ସମାନ ପରିସ୍ଥିତି ରହିଛି । ଟିମ୍‍ ଇଣ୍ଡିଆ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ୧୯ଟି ଟେଷ୍ଟ ମ୍ୟାଚ୍‍ ଖେଳିଛି, ଯେଉଁଥିରେ କେବଳ ୩ଟିରେ ଜିତିଛି ଏବଂ ୧୨ଟି ମ୍ୟାଚ ହାରିଛି । ଅନ୍ୟପକ୍ଷରେ ଯଦି ଆମେ ଇଂଲଣ୍ଡ ବିଷୟରେ କହିବା ତେବେ ଦଳ ଏହି ଗ୍ରାଉଣ୍ଡରେ ୧୪୫ଟି ମ୍ୟାଚ୍‍ ଖେଳିଛି, ଯେଉଁଥିରୁ ୫୯ଟି ମ୍ୟାଚ୍‍ ଜିତିଥିବା ବେଳେ ୩୫ଟିରେ ପରାଜିତ ହୋଇଛି ।

- Advertisement -

ଲର୍ଡସ୍‍ ରେ କେବଳ ୩ଜଣ ଭାରତୀୟ ଅଧିନାୟକ ଟିମ ଇଣ୍ଡିଆକୁ ବିଜୟୀ କରିଥିଲେ । ଏହି ଐତିହାସିକ ଗ୍ରାଉଣ୍ଡରେ ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ଅଧିନାୟକତ୍ୱରେ ଟିମ୍‍ ଇଣ୍ଡିଆ ପ୍ରଥମ ବିଜୟ ହାସଲ କରିଥିଲା । ଏହା ପରେ ଏହି ଗ୍ରାଉଣ୍ଡରେ ପରବର୍ତ୍ତୀ ବିଜୟ ପାଇଁ ଟିମ୍‍ ଇଣ୍ଡିଆକୁ ଦୀର୍ଘ ୨୮ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ୨୦୧୪ ମସିହାରେ ଟିମ୍‍ ଇଣ୍ଡିଆର କ୍ୟାପଟେନ୍‍ କୁଲ୍‍ ଏମ୍‍ଏସ୍‍ ଧୋନିଙ୍କ ଅଧିନାୟକତ୍ୱରେ ଏଠାରେ ମ୍ୟାଚ୍‍ ଜିତିଥିଲା । ଏହାପରେ ଶେଷ ଥର ପାଇଁ ୨୦୨୧ରେ ବିରାଟ କୋହଲିଙ୍କ ନେତୃତ୍ୱରେ ବିଜୟର ସ୍ୱାଦ ଚାଖିଥିଲା ଭାରତୀୟ ଦଳ ।
ଏଜବାଷ୍ଟନର ଦୁର୍ଗ ଜିତିବା ପରେ ଏବେ ଲର୍ଡସରେ ପାଳି । ଯୁବ ଭାରତୀୟ ଦଳ ଭଲ ଫର୍ମରେ ଥିବାରୁ ଏଠାରେ ଭଲ ସ୍କୋର ହେବା ଆଶା ରଖିବା ସହିତ ଟିମ୍‍ ଇଣ୍ଡିଆ ବିଜୟ ହୋଇ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories