ବାସୁଦେବପୁର: ବାସୁଦେବପୁର ବ୍ଲକର ରାଜୀବଗାନ୍ଧୀ ସେବାକେନ୍ଦ୍ରର ଏକ କୋଠରୀରେ ଶ୍ରମବିଭାଗ କାର୍ଯ୍ୟାଳୟ ମଙ୍ଗଳବାରଠାରୁ ଖୋଲିଛି। ଜଣେ କମ୍ପ୍ୟୁଟର ଅପରେଟରଙ୍କ ସହିତ ବ୍ଲକ ଶ୍ରମ ଅଧିକାରୀ ଭାବରେ ମନୋରଞ୍ଜନ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୋମବାର ଦିନ କାର୍ଯ୍ୟାଳୟ ସାଜସଜ୍ଜା, ମଙ୍ଗଳବାର ପୂଜାପାଠ ପରେ ଆଜି ପ୍ରଥମ ଦିନରେ ଦପ୍ତର ଖୋଲିବା ପରେ ଜାଫରପୁର ଅଞ୍ଚଳର ପ୍ରମୋଦିନୀ ବେହେରା ନାମକ ଜଣେ ମହିଳା ଠକେଇ ଅଭିଯୋଗ ଆଣିଥିଲେ। ପ୍ରମୋଦିନୀଙ୍କଠାରୁ ଏଡତାଳ ଗ୍ରାମର ବିଶ୍ବନାଥ ମିଶ୍ର ନାମକ ଯୁବକ ଲେବରକାର୍ଡ କରାଇଦେବାକୁ କହି ଫୋନ୍ ପେ’ ମାଧ୍ୟମରେ ୩ ହଜାର ଟଙ୍କା ସହିତ ନଗଦ ୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ଅଧିକାରୀଙ୍କ ପରାମର୍ଶକ୍ରମେ ପ୍ରମୋଦିନୀ ନିକଟସ୍ଥ ଥାନାକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୄକ୍ତ ଯୁବକଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
Popular Categories



