www.samajalive.in
Saturday, December 6, 2025
26.1 C
Bhubaneswar

୧୪ଟି ଦେଶ ଉପରେ ନୂଆ ଟାରିଫ୍‍ ଲଗାଇଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ୧୪ଟି ଦେଶକୁ ଆମରେିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‍ ଚିଠି ପଠାଇଛନ୍ତି । ୧୪ଟି ଦେଶ ଉପରେ ନୂଆ ଟାରିଫ ଲାଗୁ କରିବାକୁ ଯାଉଥିବା ନେଇ ଚିଠିରେ ଅବଗତ କରାଇଛନ୍ତି । ଫଳରେ ଏହି ଦେଶଗୁଡିକ ଆମେରିକାକୁ ରପ୍ତାନୀ କରୁଥିବା ଜିନିଷ ଉପରେ ଅଧିକ ଶୁକ୍ଳ ଦେବେ । ଏହି ୧୪ଟି ଦେଶକୁ ଚିଠି ଲେଖି ଖୋଲାଖୋଲି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅଗଷ୍ଟ ୧ତାରିଖରୁ ଏହା ଲାଗୁ ହେବ ବୋଲି କୁହାଯାଇଛି । ଜାପାନ ଓ ଦକ୍ଷିଣ କୋରିଆରୁ ଆମଦାନୀ ସାମଗ୍ରୀ ଉପରେ ଟ୍ରମ୍ପ୨୫ପ୍ରତିଶତ ଟାରିଫ୍‍ ଘୋଷଣା କରିଛନ୍ତି । ଟାରିଫକୁ ଦୀର୍ଘକାଳୀନ ବାଣିଜ୍ୟ ଅସନ୍ତୁଳନ ହ୍ରାସ କରିବା ପାଇଁ ଆମେରିକାର ଅର୍ଥନୀତି ଓ ଜାତୀୟ ସୁରକ୍ଷାକୁ ସୁଦୃଢ କରିବାର ଏକ ପଦକ୍ଷେପ ବୋଲି କହିଛନ୍ତି ଟ୍ରମ୍ପ ।
ଏହି ଟାରିଫ ଜାପାନ ଓ ଦକ୍ଷିଣ କୋରିଆର ଅଟୋମୋବାଇଲ, ଷ୍ଟିଲ ଏବଂ ଅନ୍ୟାନ୍ୟ ଶିଳ୍ପ ଉପରେ ବିଶେଷ ପ୍ରଭାବ ପକାଇବ । କାରଣ ଏହି ଦୁଇ ଦେଶ ଆମେରିକାକୁ ବହୁ ମାତ୍ରାରେ ଗାଡି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି କରିଥାନ୍ତି । ଭାରତ ସହିତ ଖୁବଶୀଘ୍ର ଡିଲ୍‍ ଚୂଡାନ୍ତ ହେବ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ରେ ବ୍ରିଟେନ, ଚାଇନା ଓ ଭିଏତନାମା ଦେଶ ଗୁଡିକ ସହ ନୂଆ ଟ୍ରେଡ ଡିଲ୍‍ ସମ୍ପର୍କରେ ବୁଝାମଣା ହୋଇସାରିଛି । ଭାରତ ସହିତ କଥାବାର୍ତ୍ତା ସକାରାତ୍ମକ ଦିଗରେ ଆଗକୁ ବଢିଛି ।
ପ୍ରଥମ ପର୍ଯ୍ୟାୟରେ ଜାପାନ, ଦକ୍ଷିଣ କୋରିଆକୁ ଚିଠି କରାଯାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, କାମ୍ବୋଡିଆ. ମାଲେସିୟା, ବାଂଲାଦେଶ, ଲାଓସ୍‍, ମିଆଁମାର, ବୋସନିଆ, ସର୍ବିୟା, କାଜାଖସ୍ତାନ ଓ ଟୁନିସିଆ ଭଳି ଆଉ ୧୨ଟି ଦେଶକୁ ଚିଠି ଲେଖି ନୂଆ ଟାରଇଫ୍‍ ନୀତି ସମ୍ପର୍କରେ ଟ୍ରମ୍ପ ଅବଗତ କରାଇଛନ୍ତି ।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories