www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ସଭାପତି ହେବାପରେ ମନମୋହନଙ୍କ ସମ୍ବୋଧନ: କାର୍ଯ୍ୟକର୍ତ୍ତାଙ୍କ ପାଇଁ ସରକାର

ଭୁବନେଶ୍ଵର: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ମନମୋହନ ସର୍ବ ସହମତିରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ତେବେ ପୁର୍ନବାର ସଭାପତି ହେବା ପରେ ମନମୋହନ ସମ୍ବୋଧନ କରି କହିଛନ୍ତି ମୋତେ ମିଳିଥିବା ଦାୟିତ୍ଵ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ୍ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି। ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି। ଆମ ସରକାର ପାଇଁ ଧାନ କ୍ଵିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ। ମା ଭଉଣୀ ମାନଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇପାରିଛି। ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ କରିବା ସେତିକି କଷ୍ଟ। ଆଗରୁ କହିଥିଲି , ଏବେ ବି କହୁଛି ଶୋଇବା ନାହିଁ। ଦାୟିତ୍ଵ ଛିଣ୍ଡି ଯାଇନି, ଦାୟିତ୍ଵ ଆରମ୍ଭ ହୋଇଛି , ଭାବି କାମ କରିବା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି , ସବୁବେଳେ ଦଳ ପଛରେ ଛିଡା ହେବି। ଅସମ୍ଭବ ବୋଲି କିଛି ନାହିଁ , ସବୁ କିଛି କରିବା।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories