www.samajalive.in
Sunday, December 14, 2025
23.1 C
Bhubaneswar

ଲର୍ଡସ ପିଚ୍‌ରେ ଗତି ଓ ବାଉନ୍‌ସ ଚାହୁଁଛି ଇଂଲଣ୍ଡ

ଲଣ୍ଡନ: ଏଜ୍‌ବାଷ୍ଟନ ଟେଷ୍ଟରେ ପ୍ରଥମଥର ଭାରତଠାରୁ ପରାସ୍ତ ହୋଇଛି ଘରୋଇ ଇଂଲଣ୍ଡ; ତାହା ପୁଣି ୩୩୬ ରନ୍‌ ବ୍ୟବଧାନରେ। ଫଳରେ ଶୃଙ୍ଖଳାକୁ ୧-୧ କରିପାରିଛି ଭାରତ। ଗୁରୁବାରଠାରୁ ଲର୍ଡସ ଗ୍ରାଉଣ୍ଡରେ ଆଣ୍ଡରସନ୍‌-ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଜୀବନ୍ତ ପିଚ୍‌ ଦାବି କରିଛି ଘରୋଇ ଇଂଲଣ୍ଡ। ଗତି ଓ ବାଉନ୍‌ସ ଥିବା ପିଚ୍‌ ପ୍ରସ୍ତୁତ ପାଇଁ ଇଂଲଣ୍ଡର ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକ୍‌କଲମ କ୍ୟୁରେଟରଙ୍କୁ କହିଛନ୍ତି। ଏପରି ପିଚ୍‌ରେ ଗଟ୍‌ ଆଟ୍‌କିନ୍‌ସନ ଓ ଜୋଫ୍ରା ଆର୍ଚରଙ୍କ ପରି ଫାଷ୍ଟ ବୋଲରଙ୍କୁ ଖେଳାଇବା ପାଇଁ ଇଂଲଣ୍ଡ ଯୋଜନା କରିଛି। ୩ୟ ଟେଷ୍ଟ ପାଇଁ ଘୋଷିତ ଇଂଲଣ୍ଡ ଦଳରେ ଏହି ଦୁଇ ଫାଷ୍ଟବୋଲର ରହିଛନ୍ତି। ଅଧିନାୟକ ବେନ୍‌ ଷ୍ଟୋକ୍‌ସଙ୍କ ସହ ମ୍ୟାକ୍‌କଲମ ସ୍ବୀକାର କରିଛନ୍ତି ଯେ ଏଜ୍‌ବାଷ୍ଟନର ପିଚ୍‌ ଉପମହାଦେଶର ପିଚ୍‌ ପରି ଥିଲା। ପୁଣି ଏହି ପିଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ତ୍ରୁଟି ଥିଲା। ଫଳରେ ଭାରତର ଫାଶରେ ଇଂଲଣ୍ଡ ପଡ଼ି ଯାଇଥିଲା।

ଲର୍ଡସ​‌େ​‌ର ଘରୋଇ ବାତାବରଣର ଫାଇଦା ଉଠାଇବା ପାଇଁ ଗତି ଓ ବାଉନ୍‌ସ ଥିବା ପିଚ୍‌ରେ ଖେଳିବାକୁ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛି। ପୁଣି ଇଂଲଣ୍ଡର ୩ ପେସ୍‌ ବୋଲର କ୍ରମାଗତ ୨ଟି ଟେଷ୍ଟରେ ବହୁତ ଓଭର ବୋଲିଂ କରିଥିବାରୁ ସେମାନଙ୍କୁ ବିଶ୍ରାମ ଦେଇ ଗସ୍ ଆଟ୍‌କିନସନ ଓ ଜୋଫ୍ରା ଆର୍ଚରଙ୍କୁ ଖେଳାଇବାକୁ ଇଂଲଣ୍ଡ ଯୋଜନା କରିଛି। ଗତମାସରେ ଲର୍ଡସରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ କାଗିସୋ ରବାଡା ଓ ପ୍ୟାଟ୍‌ କମିନ୍‌ସ ବଲ୍‌କୁ ସ୍ବିଙ୍ଗ୍‌ କରି ପାରିଥିଲେ। ଏହିପରି ପିଚ୍‌ ପ୍ରସ୍ତୁତି ପାଇଁ ମ୍ୟାକ୍‌କଲମ କହିଛନ୍ତି ବୋଲି ଏମ୍‌ସିସିର ମୁଖ୍ୟ ଗ୍ରାଉଣ୍ଡ୍‌ସମ୍ୟାନ କାର୍ଲ ମ୍ୟାକ୍‌ଡରମ ସ୍ବୀକାର କରିଛନ୍ତି। ୨୦୧୮ରେ ଲର୍ଡସ ପିଚ୍‌ରେ ଘାସ ଥିବା ବେଳେ ଭାରତ ପରାସ୍ତ ହୋଇଥିଲା। ହେଲେ ୪ ବର୍ଷ ତଳେ ଏଠାରେ ଭାରତ ଜିତିଥିଲା। ଯଶପ୍ରୀତ ବୁମ୍‌ରା ୨ୟ ଇନିଂସରେ ୫ଟି ୱିକେଟ୍‌ ନେଇଥିଲେ। ଲର୍ଡସ ଟେଷ୍ଟରେ ବୁମ୍‌ରା ଖେଳିବା ନିଶ୍ଚିତ। ଫଳରେ ଭାରତର ପେସ୍‌ ଆକ୍ରମଣ ଆହୁରି ଘାତକ ହୋଇଯିବ।

- Advertisement -

ଭାରତ ଜାଣିଛି ଯେ ଏଜ୍‌ବାଷ୍ଟନଠାରୁ ଲର୍ଡସ ପିଚ୍‌ ପେସ୍‌ ବୋଲିଂ ପାଇଁ ଅଧିକ ସହାୟକ ହେବ। ସୁସ୍ଥ ହୋଇଥିବା ଜୋଫ୍ରା ଆର୍ଚର ଲର୍ଡସରେ ଖେଳିବା ନିଶ୍ଚିତ ବୋଲି ମ୍ୟାକ୍‌କଲମ ସୂଚନା ଦେଇଛନ୍ତି। ୨ୟ ଟେଷ୍ଟ ପୂର୍ବରୁ ଦଳରେ ଯୋଗ ଦେଇଥିବା ଆର୍ଚର ନିୟମିତ ଭାବେ ନେଟ୍‌ସରେ ବୋଲିଂ କରୁଛନ୍ତି। ଜିମ୍ବାୱେ ବିପକ୍ଷରେ ଖେଳିବା ବେଲେ ଫାଷ୍ଟ ବୋଲିଂ ଅଲ୍‌ରାଉଣ୍ଡର ଗସ୍‌ ଆଟ୍‌କିନସନ ଆହତ ହୋଇଥିଲେ। ସୁସ୍ଥହେବାରୁ ବିଳମ୍ବ ହୋଇଥିଲେ ହେଁ ଆର୍ଚର, ଜେମି ଓଭର୍‌ଟନ ଓ ସାମ୍ କୁକ୍‌ଙ୍କ ସହ ଆଟ୍‌କିନସନଙ୍କୁ ୩ୟ ଟେଷ୍ଟ ପାଇଁ ଘୋଷିତ ୧୬ ଜଣିଆ ଦଳରେ ସାମିଲ କରାଯାଇଛି। ଆଟ୍‌କିନସନ ଲର୍ଡସରେ ୨ଟି ଟେଷ୍ଟରୁ ୧୯ଟି ୱିକେଟ୍‌ ନେବା ସହ ଏକ ଶତକ ମାରିଛନ୍ତି। ଆର୍ଚର ଲର୍ଡସ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ ଦିନର ଅଭ୍ୟାସ ପରେ ତାଙ୍କ ଫିଟ୍‌ନେସ ଆକଳନ କରି ଆଟ୍‌କିନସନଙ୍କ ଖେଳିବା ନେଇ ନିଷ୍ପତ୍ତି ନିଆଯିବ। ପୁଣି ଏଜ୍‌ବାଷ୍ଟନ୍‌ରେ ଅପରାଜିତ ୧୮୪ ଓ ୮୮ ରନ୍‌ ପରେ ଲର୍ଡସରେ ଜେମି ସ୍ମିଥ୍‌ଙ୍କୁ ବ୍ୟାଟିଂ ଅର୍ଡରରେ ପଦୋନ୍ନତି ପାଇଁ ଇଂଲଣ୍ଡ ଚିନ୍ତାକରୁଛି। ୨ୟ ଟେଷ୍ଟରେ ୨୮୬ ରନ୍‌ ଦେଇଥିଲେ ହେଁ ୫ଟି ୱିକେଟ୍‌ ନେଇଥିବା ଅଫ୍‌ସ୍ପିନର ସୋଏବ୍‌ ବସିରଙ୍କୁ ଲର୍ଡସରେ ସୁଯୋଗ ମିଳିପାରେ। ଅଲ୍‌ରାଉଣ୍ଡର ଜାକବ୍ ବିଥେଲ ତାଙ୍କ ବାମହାତି ସ୍ପିନ୍ ବୋଲିଂର ଅଭ୍ୟାସ କରୁଥିଲେ ହେଁ ସେ ଖେଳିବା ସମ୍ଭବନା କମ୍ ବୋଲି ଜଣାପଡ଼ିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories