ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକେ ରିଲ୍ସ କରି ନିଜ ଜୀବନକୁ ବିପଦରେ ପକାଇବାର ଅନେକ ଭିଡିଓ ବେଶ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ସହ ଭୟଭୀତ କରିଥାଏ । ନିକଟରେ ଜଣେ ନାବାଳକଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଆଶ୍ଚର୍ଯ୍ୟଚକିତ କରିଛି । ନାବାଳକ ଜଣକ ଏଠାରେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରିଛନ୍ତି । ଭିଡିଓରେ ନାବାଳକ ଜଣକ ଦ୍ରୁତ ଗତିରେ ଟ୍ରେନ୍ ଆସୁଥିବା ସମୟରେ ଧାରଣାରେ ଶୋଇ ଭିଡିଓ କରୁଥିବା ଦେଖାଯାଇଛି ।
आज के बच्चे— Homework से डरते हैं 😨,पर ट्रेन से नहीं 🚆😅दिमाग offline….कैमरा online !#Madness #Bachpan #Boudh #Odisha #Reel #Like #AI #Train #Life #Safe #GRP #Entertainment #Risk #child #Stunts #Railway #viral pic.twitter.com/uSFAE0VwWG
— Sanjeev (@wing4destiny) July 6, 2025
ନାବାଳକ ଜଣକ ଟ୍ରେନଟି ଦ୍ରୁତ ଗତିରେ ଆସିବା ସମୟରେ ରେଳ ଧାରଣାରେ ଶୋଇବା ଦେଖାଯାଇଛି । ସେହି ସମୟରେ
ନାବାଳକଙ୍କ ଅନ୍ୟ ଜଣେ ବନ୍ଧୁ ଭିଡିଓ କରୁଛନ୍ତି। ଟ୍ରେନ୍ଟି ଯିବା ପରେ ନାବାଳକ ଜଣକ ସୁରକ୍ଷିତ ଧାରଣାରୁ ଉଠି ଠିଆ ହୋଇଥିବା ଦେଖାଯାଇଛି । ଭିଡିଓଟି ଓଡିଶାର ବୌଦ୍ଧ ଜିଲାର ବୋଲି ଜଣାପଡିଛି। କିଛି ଦିନ ପୂର୍ବରୁ ହିଁଏହି ସ୍ଥାନରେ ଟ୍ରେନ୍ ସେବା ଆରମ୍ଭ କରାଯାଇଛି। ଭିଡିଓ ଦେଖିବା ପରେ ଲୋକେ ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍ ମିଳିବ ବଡ ଖୁସି,ସଫଳତା..



