www.samajalive.in
Sunday, December 14, 2025
23.1 C
Bhubaneswar

ତୁରେକେଲା ଆଶ୍ରମ ସ୍କୁଲରେ ସିକିଲସେଲ୍ ଓ ମ୍ୟାଲେରିଆ ରକ୍ତ ପରୀକ୍ଷା

କଣ୍ଟାବାଞ୍ଜି: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ଆନୁକୂଲ୍ୟରେ ତୁରେକେଲା ଡାକ୍ତରଖାନା ଦ୍ବାରା ଆଶ୍ରମ ବିଦ୍ୟାଳୟରେ ସିକିଲସେଲ ଓ ମ୍ୟାଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଛି। ଏହି ଅବସରରେ ବଲାଙ୍ଗୀର କାର୍ଯ୍ୟାଳୟ ପକ୍ଷରୁ ସୁନୀତା ମେହେର, ହିମାଂଶୁ ଶେଖର ବାରିକ, ଗୋପାଳକୃଷ୍ଣ ସାହୁ, ଭଗବାନ ମେହେର, ଅଶୋକ କୁମାର ସାହୁ ପରିଦର୍ଶନରେ ଆସିଥିଲେ। ବିପିଏମ ଆଶୁତୋଷ ବହିଦାରଙ୍କ ତତ୍ତ୍ୱାବଧାନରେ ସସ୍ମିତା ଜେନା, ଧରିତ୍ରୀ ବେହେରା, ବିଶ୍ୱଜିତା ଦତ୍ତ, ସବିତା ନାଗ ‘କରିଦେବା ଥରେ ରକ୍ତ ପରୀକ୍ଷା ଆଗାମୀ ପିଢିକୁ ଦେବା ସୁରକ୍ଷା’କୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଅଧ୍ୟୟନରତ ୧୮୩ଜଣଙ୍କର ସିକିଲସେଲ ଓ ମ୍ୟାଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପାଳ ଧରୁଆ, ସୁକାନ୍ତି ମାଝୀ, ସିଆରସିସି ବିରଞ୍ଚି ନାରାୟଣ ଦାଶ, ଗୀତାଞ୍ଜଳି ମଲ୍ଲିକ, ସମୀର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories