www.samajalive.in
Saturday, December 13, 2025
26.1 C
Bhubaneswar

ମାତ୍ର ୧ ଟଙ୍କାରେ ଯିବ ୪ କିଲୋମିଟର, ଆସିଲା ନୂଆ ଇ-ବାଇକ୍

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ମ୍ୟାଟର ଭାରତୀୟ ବଜାରରେ ନୂଆ ବାଇକ୍ ମ୍ୟାଟର ଏରା ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି ବାଇକରେ ଅନେକ ଦମଦାର ଫିଚର୍ସ ଦେଇଛି । ଏହାର ଏକ୍ସ-ଶୋରୁମ୍ ଦାମ୍ ୧.୯୪ ଲକ୍ଷ ଟଙ୍କା ରହିଛି । ଅନଲାଇନରେ ଏହାକୁ ବୁକ୍ କରିପାରିବେ ଗ୍ରାହକ । ବାଇକ ସହିତ କମ୍ପାନୀ ତରଫରୁ ୩ ବର୍ଷ ବା ୧ ଲକ୍ଷ କିଲୋମିଟରର ଓ୍ବାରେଣ୍ଟି ପ୍ରଦାନ କରାଯାଉଛି ।

ଏରାର ଏକ ମୁଖ୍ୟ ଫିଚର୍ସରେ ଏହାର ହାଇପରସିଫ୍ଟ ଟ୍ରାନ୍ସମିଶନ ରହିଛି । ଏଥିରେ ୪ ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ରହିଛି । ଏହି ସିଷ୍ଟମକୁ ୩ଟି ରାଇଡ୍ ମୋଡ୍ ସହିତ ଯୋଡାଯାଇଛି । କମ୍ପାନୀ ଏଥିରେ ଦମଦାର ବ୍ୟାଟେରୀ ଓ ମୋଟର ଦେଇଛି । ବାଇକରେ ଓ୍ବାଟରପ୍ରୁଫ୍ ବ୍ୟାଟେରୀ ରହିଛି ଯାହା ଫୁଲ୍ ଚାର୍ଜରେ ୧୭୨ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ବାଇକରେ ଥିବା ମୋଟର ମାତ୍ର ୨.୮ ସେକେଣ୍ଡରେ ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । କମ୍ପାନୀ ସୂଚନା ଅନୁସାରେ ବାଇକକୁ ମାତ୍ର ୨୫ ପଇସା ପ୍ରତି କିଲୋମିଟର ଖର୍ଚ୍ଚରେ ଚଳାଇହେବ ।

- Advertisement -

ଏଥିରେ ୭ ଇଞ୍ଚର ଏକ ଟଚସ୍କ୍ରିନ୍ ଦିଆଯାଇଛି । ଏଥିରେ ନେଭିଗେସନ, ରାଇଡ୍ ଡାଟା, ମ୍ୟୁଜିକ୍ କଣ୍ଟ୍ରୋଲ ଭଳି ଫିଚର୍ ଦିଆଯାଇଛି । ଏଥିରେ ଓଟିଏ ଅପଡେଟ୍ ମଧ୍ୟ ଦିଆଯାଇଛି । ବାଇକରେ ଡୁଆଲ ଡିସ୍କ ବ୍ରେକ୍, ଏବିଏସ୍, ଡୁଆଲ ସସପେନ୍ସନ  ସିଷ୍ଟମ, ସ୍ମାର୍ଟ ପାର୍କ ଆସିଷ୍ଟ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ବାଇକରେ କି-ଲେସ୍ ଏଣ୍ଟ୍ରି, ରିମୋଟ୍ ଲକ୍/ଅନଲକ୍, ଲାଇଭ୍ ଲୋକେସନ୍ ମ୍ୟାଟର ଆପ୍ ଜରିଆରେ ପ୍ରଦାନ କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories