www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ କୋରିଆ ଗସ୍ତ: ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ

ନୂଆଦିଲ୍ଲୀ: କୋରିଆ ଗସ୍ତ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ କୋରିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଦକ୍ଷିଣ କୋରିଆ ଏକ ବିଶ୍ୱସ୍ତ ରାଷ୍ଟ୍ର ଯାହା ସହ ବିଶେଷ ରଣନୀତି ଭାଗିଦାରୀ ରହିଛି। ସେ କହିଛନ୍ତି. ଭାରତ ଏବଂ ଦକ୍ଷିଣ କୋରିଆ ସହଯୋଗୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ସମାନ ଦୃଷ୍ଟିକୋଣ ରଖି ବିଶ୍ୱ ଶାନ୍ତି ଏବଂ ଅର୍ଥନୈତିକ ସ୍ଥିରତା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମେକ ଇନ ଇଣ୍ଡିଆ, ସ୍ଵଛ ଭାରତ ମିଶନ ଏବଂ ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାରେ କୋରିଆ ଏକ ପ୍ରମୁଖ ଭାଗିଦାର ଭାବେ କାର୍ଯ୍ୟ କରୁଛି। ସମ୍ପର୍କରେ ବିବିଧତା ଏବଂ କାର୍ଯ୍ୟ ଦକ୍ଷତା, ଆକ୍ଟ ଇଷ୍ଟ ପଲିସୀ ଏବଂ ଦକ୍ଷିଣ କୋରିଆର ନ୍ୟୁ ସଦର୍ନ ପଲିସୀର ସାମଞ୍ଜସ୍ୟତା ଯୋଗୁ ମାନ୍ୟତା ଲାଭ କରିଥିବା ସେ କହିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories