ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ଜଳେଶ୍ୱର ଭୋଗରାଇରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜଳେଶ୍ୱର ଭୋଗରାଇରେ ପହଞ୍ଚି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ସମୀକ୍ଷା କରିଛନ୍ତି । ବାଲେଶ୍ବର ଜିଲାର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଆଦି ନଦୀମାନଙ୍କରେ ଦ୍ବିତୀୟ ଥର ବନ୍ୟା ଆସିବା ପରେ ନଦୀକୂଳିଆ ଗାଁମାନଙ୍କରେ ପରିସ୍ଥିତି ଦୟନୀୟ ହୋଇପଡ଼ିଛି। ବିଶେଷକରି ଉତ୍ତର ବାଲେଶ୍ବରରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା କହିଲେ ନସରେ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସୂଚନା ତଳକୁ ଖସିଥିଲେ ବି ବନ୍ୟା ପାଣି ତଳିଆ ଗାଁମାନଙ୍କରେ ଲହଡ଼ି ମାରୁଛି। ଏବେ ବି ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗ୍ରାମ ପାଣି ଘେରରେ ରହିଛି। ମଝିରେ ମଝିରେ ପୁଣି ବର୍ଷା ଲାଗି ରହିଥିବାରୁ ଗାଁମାନଙ୍କରେ ବନ୍ୟା ପାଣି ଛାଡ଼ିବା ନାଁ ଧରୁନାହିଁ।
Popular Categories



