www.samajalive.in
Friday, December 5, 2025
26.1 C
Bhubaneswar

୪୪ କେଜି ଗଂଜେଇ ଜବତ, ୬ ଗିରଫ

ଫୁଲବାଣୀ: ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୪ କେଜି ଗଂଜେଇ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଗଂଜେଇ ଚାଲାଣରେ ବ୍ୟବହାର ହୋଇଥିବା କାର, ସ୍କୁଟି ଏବଂ ବାଇକ ମଧ୍ୟ ଜବତ ହୋଇଛି।

ସୂଚନା ଅନୁଯାୟୀ, ଏକ କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିବା ପରେ ଜି ଉଦୟଗିରି ଥାନା କଳିଙ୍ଗା ଘାଟିରେ ଅବକାରୀ ଅଧିକାରୀ ଗାଡି ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୭ କେଜି ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ଗୋଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ କାଣାପାଟି ଗ୍ରାମର ଦୁଃଶାସନ ଦିଗାଳ ଓ ରାଜେନ୍ଦ୍ର ଦିଗାଳ, ବେଲପଦର ଅଂଚଳର ସୁଧୀର ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି କଳିଙ୍ଗା ଛକରେ ଏକ ସ୍କୁଟିରୁ ୧୦ କେଜି ଗଂଜେଇ ଜବତ କରାଯାଇ ଗଞ୍ଜାମ ଜିଲ୍ଲା ରମ୍ଭା ଅଂଚଳର ମୁକେଶ ବେହେରାଙ୍କୁ ଗିରଫ କରାଯାଇଛି। ଅନ୍ୟ ଏକ ଘଟଣାରେ ସାରଙ୍ଗଗଡ଼ ଥାନା ବଣ୍ଡଗୁଡା ଛକରେ ଏକ ବାଇକରୁ ୧୭ କେଜି ଗଂଜେଇ ଜବତ କରାଯାଇଛି। ଏହି ଘଟଣାରେ ବଣ୍ଡଗୁଡା ଅଂଚଳର ସୁଦୟ ଦିଗାଳ ଓ ରଞ୍ଜନ ଦିଗାଲଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories