www.samajalive.in
Saturday, December 13, 2025
27.1 C
Bhubaneswar

ଡେଙ୍ଗୁ ଡାକିଲାଣି ଢେଙ୍କିକୋଟ 

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ସଂଲଗ୍ନ ଢେଙ୍କିକୋଟ ବଜାର ଅଞ୍ଚଳରେ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ସାମାନ୍ୟ ବର୍ଷା ହେଲେ ବର୍ଜ୍ୟ ବସ୍ତୁ ପଚି ସଢି ଗନ୍ଧ ହେବା ସହ ମଶା ଭଣ ଭଣ ହେଉଛନ୍ତି । ବିଶେଷ କରି ବଜାର ଅଞ୍ଚଳରେ ଥିବା ହାଟ ଅଞ୍ଚଳ , ମୁଖ୍ୟ ଅଣ୍ଡର ପାସ ବା ଗଳା ବାଟ ସହ ଆଉ ୨ଟି ଗଳାବାଟରେ ମଧ୍ୟ ପଚା ସଢା ସାମଗ୍ରୀ ପଡି ରହିବା ସହ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏଠାରେ ବର୍ଷା ପାଣି ଜମି ରହିଥିବାରୁ ଏଠାରେ ଲାର୍ଭା ଖେଳୁଛନ୍ତି । ଅନ୍ୟପକ୍ଷରେ ୨୦ ନଂ ଜାତୀୟ ରାଜପଥ ବଜାର ଅଞ୍ଚଳ ଏବଂ ୨୨୦ ନମ୍ବର ଜାତୀୟ ରାଜପଥ କରଞ୍ଜିଆ ରାସ୍ତାରେ ନିର୍ମାଣ କରାଯାଇଥିବା କଂକ୍ରିଟ ଡ୍ରେନ ଗୁଡିକ ବର୍ଷା ଜଳ ନିଷ୍କାସନ ପରିବର୍ତ୍ତେ ଆବର୍ଜନା କୁଣ୍ଡ ପାଲଟି ଥିବାରୁ ମଶା ବଂଶ ବିସ୍ତାର ପାଇଁ ଏହା ସହାୟକ ହୋଇଛି । ଚଳିତ ବର୍ଷ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶା ନାଶକ ସ୍ପ୍ରେ କରାଯାଇ ନଥିବାରୁ ଲୋକେ ମ୍ୟାଲେରିଆ, ଡେ଼ଙ୍ଗୁ ଆକ୍ରାନ୍ତ ଆଶଙ୍କା ସୃଷ୍ଟି ହୋଇଛି l ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ପଞ୍ଚାୟତକୁ ଗୃହ ନିର୍ମାଣ ପାଇଁ ଅନୁଦାନ ଦିଆଯିବା ସହ ବର୍ଜ୍ୟବସ୍ତୁ ସଂଗ୍ରହ ଓ ଏହାକୁ ନଷ୍ଟ କରିବା ପାଇଁ ପୂର୍ବ ସରକାର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା କାର୍ଯକାରୀ ହୋଉନାହିଁ l ଢେଙ୍କିକୋଟ ବଜାର ଅଞ୍ଚଳରେ ପରିତ୍ୟକ୍ତ ଖାଇବା ଖଲି , ବ୍ରଏଲର ପର, ପଚାସଢା ପନିପରିବା, ଆଦି ଏହି ବର୍ଷା ଦିନେ ପଚି ସଢି ମଶା ବଂଶ ବୃଦ୍ଧିର କାରଣ ପାଲଟିଛି । ବଜାର ଅଞ୍ଚଳରେ ପଲିଥିନରେ ପାଣି ଜମି ମଧ୍ୟ ଗଳା ବାଟରେ ଗଦା ହୋଇଛି । ଢେଙ୍କିକୋଟରେ ଚଳିତ ସପ୍ତାହରେ ଜଣେ ଡେଙ୍ଗୁ ଚିହ୍ନଟ ହେବା ପରେ ପଞ୍ଚାୟତ କର୍ତ୍ତୃପକ୍ଷ ବଜାର ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ ଓ ପରିମଳ ବ୍ୟବସ୍ଥା ପ୍ରତି ଏବେଠୁ ସାବଧାନ ନହେଲେ ଆଗକୁ ପରିସ୍ଥିତି ସଙ୍ଗୀନ ହେବା ଆଶଙ୍କା ସୃଷ୍ଟି ହୋଇଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories