www.samajalive.in
Saturday, December 13, 2025
27.1 C
Bhubaneswar

ସମାଜ ସେବା ପାଇଁ ଋଷି ପଟ୍ଟନାୟକଙ୍କୁ ଡକ୍ଟରେଟ ଉପାଧି

ଭୁବନେଶ୍ବର : ସମାଜସେବୀ ତଥା ଅଭିନେତା, ନିର୍ଦ୍ଦେଶକ, ପରିବେଶବିତ୍ ତଥା ଲେଖକ ୠଷି ପଟ୍ଟନାୟକଙ୍କୁ ମିଳିଲା ଡକ୍ଟରେଟ୍ ଉପାଧି । ଦିଲ୍ଲୀ ସ୍ଥିତ ସାହା ଅଡିଟୋରିୟମରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଦୀର୍ଘ ୫୦ ବର୍ଷ ଧରି ସେ ସମାଜସେବା କରି ଆସୁଛନ୍ତି। ଏହି ସଫଳତା ପାଇଁ ସେ ବାପାବୋଉଙ୍କର ଆଶୀର୍ବାଦ, ପରିବାରର ସ୍ନେହ, ଲୋକମାନଙ୍କ ଭଲ ପାଇବା ଏବଂ ସହଯୋଗକୁ ଶ୍ରେୟ ଦେଇଛନ୍ତି।

ଏହା ପୂର୍ବରୁ ଋଷି ପଟ୍ଟନାୟକ ଅନେକ ଆନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟ ସରକାରଙ୍କ ପୁରସ୍କାର ଲାଭ କରିଛନ୍ତି। ନିଜର ଆଗାମୀ ସିନେମା ଶ୍ରୀଜଗନ୍ନାଥଙ୍କ ନବକଳେବରରେ ଦାନପାତ୍ରର ଚରିତ୍ର ପାଇଁ ସେ ବେଶ ଚର୍ଚ୍ଚାରେ। ସମାଜସେବା ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଡକ୍ଟରେଟ ଉପାଧି ପାଇଥିବା ଋଷି ପଟ୍ଟନାୟକ ସାଢ଼େ ଚାରିକୋଟି ଓଡ଼ିଆ ଭାଇ ଭଉଣୀ ଓ କଳାକାରଙ୍କୁ ଏହା ଉତ୍ସର୍ଗ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories