www.samajalive.in
Friday, December 5, 2025
20.1 C
Bhubaneswar

୧୬ ବିରଳ ପ୍ରଜାତିର ସାପ ଜବତ, ବିମାନ ଯାତ୍ରୀ ଗିରଫ

ମୁମ୍ବଇ: ବହିଃଶୁଳ୍କ ଅଧିକାରୀମାନେ ଶୁକ୍ରବାର ରାତିରେ ମୁମ୍ବଇ ବିମାନବନ୍ଦରରେ ଜଣେ ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୧୬ଟି ବିରଳ ପ୍ରଜାତିର ସାପ ଜବତ କରିଛନ୍ତି। ୩୪ ବର୍ଷୀୟ ଲିନ୍‌ଫୋର୍ଡ ଲିଓ ନାମକ ଏହି ଅଭିଯୁକ୍ତ ଚେନ୍ନଇ ବାସିନ୍ଦା ହୋଇଥିବାବେଳେ ବ୍ୟାଙ୍କକ୍‌ରୁ ଫେରୁଥିଲେ। ଜବତ ସାପ ମଧ୍ୟରେ ଗାର୍ଟର, କେନିଆନ୍‌ ସ୍ୟାଣ୍ଡ୍‌ ବୋଆ, ଆଲବିନୋ ୠାଟ୍‌ ଏବଂ କାଲିଫର୍ଣ୍ଣିଆ କିଙ୍ଗ୍‌ ସାମିଲ ଥିବା ଜଣାପଡିଛିି।

ତେବେ ଏଥିମଧ୍ୟରୁ ଅଧିକାଂଶ ସାପ ବିଷହୀନ ବୋଲି କୁହାଯାଇଛି। ବନ୍ୟପ୍ରାଣୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ଲିଓଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଗତ ଏକ ସପ୍ତାହ ମଧ୍ୟରେ ବିଦେଶରୁ ସାପ, କଇଁଛ ଏବଂ ଅନ୍ୟ ବନ୍ୟପ୍ରାଣୀ ଚାଲାଣ ଅଭିଯୋଗରେ ମୁମ୍ବଇ ବିମାନବନ୍ଦରରୁ ୩ ଜଣ ଗିରଫ ହୋଇସାରିଲେଣି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories