www.samajalive.in
Monday, December 8, 2025
13.1 C
Bhubaneswar

ହିଜବୁଲର ଆତ୍ମଘାତୀ ଆକ୍ରମଣ ଧମକ

ଶ୍ରୀନଗର : କାଶ୍ମୀରର ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନ ମଙ୍ଗଳବାର ଘାଟିରେ ଆତ୍ମଘାତୀ ଆକ୍ରମଣର ଧମକ ଦେଇଛି। ହିଜବୁଲ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଯୁବକଙ୍କ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ସ୍ଥାନୀୟ ଯୁବକଙ୍କ ସହଯୋଗରେ କାଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରାଯିବ। ଏଠାରେ ପ୍ରକାଶଯୋଗ୍ୟ ଯେ ପ୍ରଥମ ଥର ପାଇଁ କାଶ୍ମୀରରେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଆତ୍ମଘାତୀ ଆକ୍ରମଣ ଧମକ ଦେଇଛି।
ଏହା ପୂର୍ବରୁ କାଶ୍ମୀରରେ କେବଳ ଆତଙ୍କବାଦୀ ସଂଗଠନ ଜୈଶ-ଏ- ମହମ୍ମଦ ଓ ଲସ୍କର ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରାଯାଉଥିଲା। ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହିଜବୁଲର ଏହି ଧମକ ସେନା ପାଇଁ ଚିନ୍ତାର କାରଣ ହୋଇଛି। ସାମାଜିକ ଗଣମାଧ୍ୟମରେ ଜାରି ୧୭ ମିନିଟର ଅଡ଼ିଓ ବାର୍ତ୍ତାରେ ହିଜବୁଲ ମୁଜାହିଦିନ ଅଫରେସନାଳ କମାଣ୍ଡର ରିଆଜ ନାଇକୁ କହିଛି ଯେ କାଶ୍ମରରେ ଯାହା ଘଟିଲା, ତାହା ସେଠାକାର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରର ଫଳ। ଆମେ ଆତ୍ମସମର୍ପଣ କରିବା ବଦଳରେ ମରିବାକୁ ପସନ୍ଦ କରିବୁ। ଭାରତ କାଶ୍ମୀରରୁ ସୁରକ୍ଷା ବଳ ପ୍ରତ୍ୟାହା କରିନନେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ।
ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ଘଟଣା ପରେ ପାକିସ୍ତାନ କୂଟନୀତିଜ୍ଞ ଏବଂ ଅନ୍ୟାନ୍ୟସ୍ତରରେ ଏକ ଘରିଆ କରିବା ପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ସୁରକ୍ଷା ବାହିନୀଙ୍କ ଗୁଳିରେ କାଶ୍ମରରେ ଲସ୍କରର ଚିଫ କମାଣ୍ଡର ନିହତ ହୋଇଛି। ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୦୦% ଆମଦାନୀ କର ଲଗାଯାଇଛି। ଏହାସହ ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେଭର ଦେଶର ମାନ୍ୟତା ଭାରତ ଫେରାଇ ନେଇଛି। ପାକିସ୍ତାନକୁ ସବୁ ଦୃଷ୍ଟିରୁ ଘେରିବାକୁ ଭାରତ ପ୍ରକ୍ରିୟା ଚଳାଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories