www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରାଥମିକ ଶିକ୍ଷକ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

କଣ୍ଡାବାଞ୍ଜି: ବଲାଙ୍ଗିିର ଜିଲ୍ଲା ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ସାଙ୍ଗଠନିକ ସମ୍ମିଳନୀ ଓ ଆଲୋଚନା ଚକ୍ର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହା କଣ୍ଡାବାଞ୍ଜି ମଙ୍ଗଲ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ଶିକ୍ଷକ ପ୍ରତିନିଧି ଏବଂ ଶିକ୍ଷକ ସାମିଲ ହୋଇଥିଲେ। ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶାର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରମୁଖ ମଂଚାସୀନ ଥିଲେ। ସଭାରେ ଜାତୀୟ ଶିକ୍ଷାନୀତି ପ୍ରେକ୍ଷାପଟରେ ପ୍ରାଥମିକ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ସଭା ପରେ ଜିଲ୍ଲାର ନୂତନ କର୍ମକର୍ତା ଚୟନରେ ଅମରେନ୍ଦ୍ର ବାଗ (ସଭାପତି), ଦେବକାନ୍ତ ମେହେର (ସମ୍ପାଦକ), କାର୍ଯ୍ୟକାରୀ ସଭାପତି ଭାବେ ନିମାନନ୍ଦ ଖମାରୀ (ମୁରିବାହାଲ ବ୍ଲକ), ରଜତ ଛତର (ଟିଟିଲାଗଡ଼ ବ୍ଲକ), ସୁରେଶ ବେହେରା (ବଙ୍ଗୋମୁଣ୍ଡା ବ୍ଲକ), ସଚିନ ସେଠ (ତୁରେକେଲା ବ୍ଲକ) ଓ ଚିନ୍ତାମଣି ପାଢି (ବେଲପଡ଼ା ବ୍ଲକ) ସହ ସମ୍ପାଦକ ଜୟନ୍ତ ବାଗ, ଶୁଭଙ୍କର ପ୍ରଧାନ, ବାଳଗୋପାଳ ମିଶ୍ର (ଉପସଭାପତି) ଓ ବିମଲ କୁମାର ହାତୀ (କୋଷାଧ୍ୟକ୍ଷ) ଭାବେ ନିର୍ବାଚିତ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories