www.samajalive.in
Saturday, December 13, 2025
26.1 C
Bhubaneswar

ବାଳିକା ଫ୍ରିଷ୍ଟାଇଲ୍‌ରେ ହରିୟାଣା ଚମ୍ପିଆନ

କଟକ : ସର୍ବଭାରତୀୟ କୁସ୍ତି ମହାସ˚ଘ ଓ ଓଡ଼ିଶା କୁସ୍ତି ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଚାଲିଥିବା ୩୮ତମ ଜାତୀୟ ସବ୍‌ଜୁନିୟର ବାଳକ ଫ୍ରିଷ୍ଟାଇଲ ଓ ଗ୍ରୀକୋ-ରୋମାନ୍ ଷ୍ଟାଇଲ୍ ଏବଂ ୨୨ତମ ବାଳିକା କୁସ୍ତି ଚମ୍ପିଆନ୍‌ସିପ୍‌ରେ ମଙ୍ଗଳବାର ଥିଲା ୨ୟ ଦିନ। ଏହିଦିନ ବାଳିକା ବିଭାଗର ଫ୍ରିଷ୍ଟାଇଲ ଇଭେଣ୍ଟ ଶେଷହୋଇଛି। ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ବାଳିକା ଫ୍ରିଷ୍ଟାଇଲରେ ହରିୟାଣା ଦଳଗତ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ମହାରାଷ୍ଟ୍ର ୨ୟ ସ୍ଥାନରେ ଥିବା ବେଳେ ସାଇ ୩ୟ ସ୍ଥାନରେ ରହିଛି। ପ୍ରଥମଦିନରେ ହୋଇଥିବା ବାଳକ ଗ୍ରୀକୋ-ରୋମାନ୍ ଷ୍ଟାଇଲ୍‌ରେ ମଧ୍ୟ ହରିୟାଣା ଦଳଗତ ଚମ୍ପିଆନ୍ ହୋଇଥିଲା।
ମଙ୍ଗଳବାର ଅନୁଷ୍ଠିତ ବାଳିକା ବିଭାଗ ଫ୍ରିଷ୍ଟାଇଲ ମୁକାବିଲାରେ ହରିୟାଣା ରାଜ୍ୟର ପ୍ରତିଯୋଗୀଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୪୦ କେଜି ବିଭାଗରେ ହରିୟାଣାର କୋମଲ ପ୍ରଥମ, ମଧ୍ୟପ୍ରଦେଶର ମାଧୁରୀ ପଟେଲ ୨ୟ, ମହାରାଷ୍ଟ୍ରର ଅଙ୍କିତା ଓ ଗୁଜରାଟର ଭାରତୀ ଖାପେକର ୩ୟ; ୪୩ କେଜି ବିଭାଗରେ ହରିୟାଣାର ସ୍ବିଟି ପ୍ରଥମ, ରାଜସ୍ଥାନର ସୋନିଆ ଚୌଧୁରୀ ୨ୟ, ଦିଲ୍ଲୀର ରେଣୁ ମୋର୍ ଓ ମହାରାଷ୍ଟ୍ରର କଲ୍ୟାଣୀ ପାଣ୍ଡୁରଙ୍ଗାଡେକର ୩ୟ; ୪୬ କେଜି ବିଭାଗରେ ହରିୟାଣାର ହନି କୁମାରୀ ପ୍ରଥମ, ସାଇର ସବିତା ୨ୟ, ଗୁଜରାଟର ଦର୍ଜି ରିଦ୍ଧିବେନ୍ ଓ ହରିୟାଣାର ଶୀତଳ ୩ୟ; ୪୯ କେଜି ବିଭାଗରେ ହରିୟାଣାର ଅନ୍ତିମ ପ୍ରଥମ, ସାଇର ତନୁ ୨ୟ, ମହାରାଷ୍ଟ୍ରର ସ୍ମିତା ସମ୍ଭାଜି ପାଟିଲ ଓ ହରିୟାଣାର ପିଙ୍କି ୩ୟ; ୫୫ କେଜି ବିଭାଗରେ ଉତ୍ତର ପ୍ରଦେଶର ପୁଷ୍ପା ଯାଦବ ପ୍ରଥମ, ହରିୟାଣର ନିଶୁ ୨ୟ, ମହାରାଷ୍ଟ୍ରର ଦିଶା ପ୍ରକାଶ କାରାଣ୍ଡେ ଓ ସାଇ ଆରତୀ ସରୋହା ୩ୟ; ୫୭ କେଜି ବିଭାଗରେ ହରିୟାଣାର ପ୍ରିୟଙ୍କା ପ୍ରଥମ, ସାଇର ପ୍ରତିଭା ୨ୟ, ହରିୟାଣାର ଜୀବିକା ଓ ମହାରାଷ୍ଟ୍ରର ଭାଗ୍ୟଶ୍ରୀ ୩ୟ; ୬୧ କେଜି ବିଭାଗରେ ହରିୟାଣାର ଆର୍‌ଜୁ ପ୍ରଥମ, ମହାରାଷ୍ଟ୍ରର ସୃଷ୍ଟି ଜୟୱନ୍ତ ଭୋସ୍‌ଲେ ୨ୟ, ସାଇର ସିଟ୍ଟୁ ଓ ହରିୟାଣାର ଇଶା ୩ୟ; ୬୫ କେଜିରେ ମହାରାଷ୍ଟ୍ରର ରମଣଦୀପ ପ୍ରଥମ, ହରିୟାଣାର ସ୍ନେହ ୨ୟ, ସାଇର ଭାବନା ଓ ରାଜସ୍ଥାନର ମୋନିକା ୩ୟ; ୬୯ କେଜି ବିଭାଗରେ ସାଇର ରବିକୁମାରୀ ପ୍ରଥମ, ହରିୟାଣାର ଋତିକା ୨ୟ, ଉତ୍ତର ପ୍ରଦେଶର ହର୍ଷିତା ସିଂହ ଓ ମହାରାଷ୍ଟ୍ରର ପ୍ରତୀକ୍ଷା ୩ୟ; ୭୩ କେଜି ବିଭାଗରେ ହରିୟାଣାର ଭୂମି ପ୍ରଥମ, ଉତ୍ତର ପ୍ରଦେଶର ବର୍ଷା ୨ୟ, ରାଜସ୍ଥାନର ବିଜୟଶ୍ରୀ ଓ ହରିୟାଣାର ବିନ୍ଦୁ ୩ୟ ସ୍ଥାନରେ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories