www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନ ସହ ବିଶ୍ବକପ୍‌ ମ୍ୟାଚ୍‌କୁ ଭାରତ ବର୍ଜନ କରୁ: ହରଭଜନ

ନୂଆଦିଲ୍ଲୀ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଏହି ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ହାତ ଥିବା ଅଭିଯୋଗ ହେଉଛି।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବା ଅନୁଚିତ୍ ବୋଲି ମତ ଦେଇଛନ୍ତି ଅଫ୍‌ସ୍ପିନର ହରଭଜନ ସିଂହ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ହରଭଜନ୍‌ କହିଛନ୍ତି ଜୁନ୍‌ ୧୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବାର ଅଛି। ବର୍ତ୍ତମାନ ଯେପରି ପରିସ୍ଥିତି ରହିଛି ତାହାକୁ ଦୃଷ୍ଟି ଦେଲେ ଭାରତ ଏହି ମ୍ୟାଚ୍‌ ବର୍ଜନ କରିବା ଉଚିତ। କ୍ରିକେଟ୍ ବିଶ୍ବକପ୍‌ରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଜନ କଲେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ପାକିସ୍ତାନ ମ୍ୟାଚ୍‌ ବର୍ଜନ କରି ସୁଦ୍ଧା ବିଶ୍ବକପ୍‌ ଚମ୍ପିଆନ୍ ହୋଇପାରିବ। ସେହିପରି ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ବୋଲି ହରଭଜନ୍‌ ମତ ଦେଇଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ କ୍ରିକେଟ୍ କ୍ଲବ ଅଫ୍‌ ଇଣ୍ଡିଆ ପରିସରରେ ଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଫଟୋଚିତ୍ର ଘୋଡାଇ ଦିଆଯିବା ପ୍ରସଙ୍ଗରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ବେଶ୍‌ ପ୍ରତିକ୍ରିୟାଶୀଳ ହେବା ସହ ଏପରି କରାଯିବା ଆଦୌ ଉଚିତ୍‌ ନୁହେଁ ବୋଲି ମତ ଦେଇଥିଲା। ଏ ସଂପର୍କରେ ନିଜ ପ୍ରତିକ୍ରିୟାରେ କ୍ରିକେଟ୍‌ କ୍ଲବ ଅଫ୍‌ ଇଣ୍ଡିଆର ସମ୍ପାଦକ ସୁରେଶ ବାଫନା କହିଛନ୍ତି ଦେଶ ଠାରୁ କ୍ରୀଡ଼ା ବଡ଼ ନୁହେଁ। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କ୍ଲବ ମନେ କରୁଛି। ତେଣୁ ପାକିସ୍ତାନ କ୍ରିକେଟର୍‌ଙ୍କ ଫଟୋଚିତ୍ର ଘୋଡାଇ ରଖିବାରେ କୌଣସି ଅସୁବିଧା ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories