www.samajalive.in
Monday, December 8, 2025
14.1 C
Bhubaneswar

ବିମାନବନ୍ଦରରୁ ୧ କିଲୋ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି। ଲକ୍ଷାଧିକ ଟଙ୍କାର ଚୋରା ସୁନା ବିସ୍କୁଟ୍‌ ଓ ଦାମୀ ସିଗାରେଟ୍‌ ଧରି ସୋମବାର ଜଣେ ମହିଳା ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବାବେଳେ ବିମାନବନ୍ଦରରେ ସୀମାଶୁଳ୍କ ବିଭାଗର ଅଧିକାରୀଙ୍କ ହାତରେ ଧରାପଡିଥିଲେ। ତାଙ୍କ ନିକଟରୁ ୯୫୯.୯୯୦ ଗ୍ରାମ ଓଜନର ସୁନା ବିସ୍କୁଟ୍‌ ଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ୩୩ ଲକ୍ଷ ୧୬ ହଜାର ୫୭୯ ଟଙ୍କା ହେବ ବୋଲି ସୀମା ଶୁଳ୍କ ସହକାରୀ କମିସନର ବି.ସି.ସିକ୍‌ଦର ଏକ େପ୍ରସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସହକାରୀ କମିସନର ଶ୍ରୀ ସିକ୍‌ଦରଙ୍କ ସୂଚନା ଅନୁସାରେ ବିମାନବନ୍ଦର ସୀମାଶୁଳ୍କ ବିଭାଗର ପ୍ରମୁଖ ଆୟୋଗ ସତ୍ୟେନ୍ଦ୍ର କୁମାର ସିଂହ ଓ ଯୁଗ୍ମ କମିସନର ବିଷ୍ଣୁ ଚରଣ ସାହୁ ଗୁଇନ୍ଦା ସୂଚନାକୁ ଆଧାର କରି ସନ୍ଦିଗ୍ଧ ମହିଳା ଯାତ୍ରୀଙ୍କ ବ୍ୟାଗ୍‌କୁ ଯାଞ୍ଚ କରିଥିଲେ। ମହାରାଷ୍ଟ୍ର ବାସିନ୍ଦା ଏହି ମହିଳା ଏୟାର ଇଣ୍ଡିଆ ବିମାନରେ ଆସି ଭୁବନେଶ୍ବରରେ ଓହ୍ଲାଇଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ ସୀମାଶୁକ୍ଳ ବିଭାଗ ଅଧିକାରୀ ବ୍ୟାଗ୍‌କୁ ଯାଞ୍ଚ କରିଥିଲେ। ସେଥିରୁ ୯ଟି ସୁନା ବିସ୍କୁଟ୍‌ ମିଳିଥିଲା। ମହିଳା ଯାତ୍ରୀ ଜଣକ ଏକ ଏମର୍ଜେନ୍ସି ଲାଇଟ୍‌ ଭିତରେ ସୁନା ବିସ୍କୁଟ୍‌ଗୁଡିକୁ ଲୁଚାଇ ଆଣିଥିଲେ। ଲାଇଟ୍‌କୁ ଖୋଲି ସେଥିରୁ ସୁନା ଖଣ୍ଡକୁ ବାହାର କରାଯାଇଥିଲା। ସେହିପରି ମହିଳାଙ୍କ ବଡ଼ ବ୍ୟାଗ୍‌ ଭିତରୁ ୧୨୨ ପ୍ୟାକେଟ୍‌ ଦାମୀ ସିଗାରେଟ୍‌ ଥିଲା। ପ୍ରତି ପ୍ୟାକେଟ୍‌ରେ ୨୦୦ ଖଣ୍ଡ ସିଗାରେଟ୍‌ ରହିଥିଲା। ୨୪ ହଜାର ୪ଶହ ଖଣ୍ଡ ଦାମୀ ସିଗାରେଟ୍‌ ଜବତ କରାଯାଇଛି। ସିଗାରେଟ୍‌ର ମୂଲ୍ୟ ୧ଲକ୍ଷ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଦୁଇଟି ଯାକ ବ୍ୟାଗ୍‌କୁ ସ୍କାନ କରାଯିବା ବେଳେ ଏସବୁ ଥିବା ଜଣାପଡିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories