ନୂଆଦିଲ୍ଲୀ : ସିବିଏସଇ ପକ୍ଷରୁ ଆସନ୍ତା ବର୍ଷ ୨୦୨୬ରୁ ବର୍ଷକୁୁ ୨ ଥର ଦଶମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ମାନଦଣ୍ଡଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ସୂଚନା ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ ବୁଧବାର ଅର୍ଥାତ୍ ଜୁନ୍ ୨୫ ତାରିଖରେ ସୂଚନା ଦେଇଛନ୍ତି। ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ । ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଏପ୍ରିଲରେ ଏହାର ପରୀକ୍ଷାଫଳ ବାହାରିବ। ମେ’ ମାସରେ ଇଚ୍ଛାଧୀନ ଭାବେ ୨ୟ ପର୍ଯ୍ୟାୟ ପରୀକ୍ଷା ହେବ। ମାତ୍ର ଇଣ୍ଟରନାଲ୍ ଆସେସ୍ମେଣ୍ଟ କ୍ୟାଲେଣ୍ଡର ବର୍ଷରେ ଥରେ ହେବ ।
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ । ମାତ୍ର ୨ୟ ପର୍ଯ୍ୟାୟରେ ଇଚ୍ଛାଧୀନ । ମୂଲ୍ୟାଙ୍କନ କେବଳ ଥରେ କରାଯିବ ।
ମୋଟୋରୋଲା ଏଜ୍ ୬୦ ପ୍ରୋର ସେଲ୍ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍
ଏହି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଜର ମାର୍କ ସୁଧାରିବା ପାଇଁ ସୁଯୋଗ ମିଳିବ । ଯଦି କୌଣସି ଛାତ୍ରଛାତ୍ରୀଙ୍କ ମାର୍କ ପ୍ରଥମ ପର୍ଯ୍ୟାୟରେ କମ୍ ଥାଏ, ତେବେ ସେ ୨ୟ ପର୍ଯ୍ୟାୟରେ ଉତ୍ତମ ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଶ୍ରେଣୀ ପାଇଁ ବର୍ଷକୁ ୨ଥର ବୋର୍ଡ ପରୀକ୍ଷା ଆୟୋଜିତ କରିବା ପାଇଁ ମାନଦଣ୍ଡକୁ ମଞ୍ଜୁରୀ ଦେଇଛି । ଯାହା ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି)ରେ ସୁପାରିଶ କରାଯାଇଥିବା ଏକ ପଦକ୍ଷେପ ।
ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..



