www.samajalive.in
Saturday, December 6, 2025
26.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା: ୨୬ରେ ମହାଲଢ଼େଇ

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଅବସରରେ ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ରାଜ୍ୟର ୨୮ ଜିଲାରେ ଓଡ଼ିଆ ବାଗ୍ମିତାର ଶୀର୍ଷ ସମ୍ମାନ ସ୍ବରୂପ ଜିଲାସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ମଙ୍ଗଳବାର ଶେଷ ହୋଇଛି। ବ୍ଲକସ୍ତରରୁ ଉନ୍ନୀତ ହୋଇଥିବା ୩୧୫ ପ୍ରତିଯୋଗୀ ‘ଜନସେବୀ ଗୋପବନ୍ଧୁ’ ଶୀର୍ଷକ ବିଷୟ ଉପରେ ବକ୍ତୃତା ଦେଇଥିଲେ। ପ୍ରତିଯୋଗୀମାନେ ଗୋପବନ୍ଧୁଙ୍କର ତ୍ୟାଗପୂତ ଜୀବନ, ତାଙ୍କର ସମାଜସେବା ଏବଂ ଓଡ଼ିଆ ଲୋକଙ୍କ ପାଇଁ କିଭଳି ଉତ୍କଳମଣିଙ୍କର ହୃଦୟ କାନ୍ଦୁଥିଲା ତାହା ବକ୍ତୃତା ମାଧ୍ୟମରେ ବଖାଣିଥିଲେ। ସବୁ ପ୍ରତିଯୋଗୀଙ୍କ ବକ୍ତୃତାରେ ଗୋପବନ୍ଧୁଙ୍କର ସଂଘର୍ଷର କାହାଣୀ ଏବଂ ସେବା ମନୋଭାବର ଚିତ୍ର ପ୍ରତିଫଳିତ ହୋଇଥିଲା। ପ୍ରତି ଜିଲାରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର, ସ୍ମୃତିଚିହ୍ନ ଏବଂ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏଥିସହ ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଜିଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୮ ଜଣ ପ୍ରତିଯୋଗୀ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବାବେଳେ ଆସନ୍ତା ୨୬ ତାରିଖ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ବକ୍ତୃତା
ପ୍ରତିଯୋଗିତାରେ ଭାଗ ନେବେ। ପୂର୍ବାହ୍ଣ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏହାର ଦୁଇଘଣ୍ଟା ପୂର୍ବରୁ ଅର୍ଥାତ ପୂର୍ବାହ୍ଣ ୮ଟାରେ ‘samajalive.in’ରେ ବକ୍ତୃତାର ବିଷୟବସ୍ତୁ ବିଷୟରେ ପ୍ରତିଯୋଗୀମାନେ ଜାଣିପାରିବେ ବୋଲି ସୂଚନା ମିଳିଛି।
ଏହି ବକ୍ତୃତା ପ୍ରତିଯୋଗିତା ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଗତ ୨୨ ତାରିଖରେ ବ୍ଲକସ୍ତରୀୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ‘ଗୋପବନ୍ଧୁଙ୍କ ସ୍ବପ୍ନର ଓଡ଼ିଶା’ ବିଷୟରେ ଛାତ୍ରଛାତ୍ରୀମାନେ ବକ୍ତୃତା ଦେଇଥିଲେ। ପ୍ରାୟ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ୩୧୫ଜଣ ଜିଲାସ୍ତରକୁ ଉନ୍ନୀତ ହୋଇଥିଲେ।
ମଙ୍ଗଳବାର ଜିଲାସ୍ତରୀୟ ପ୍ରତିଯୋଗିତା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହୋଇଥିଲା। ପୂର୍ବାହ୍ଣ ୮ଟାରୁ ପ୍ରତିଯୋଗୀଙ୍କୁ ବିଷୟବସ୍ତୁ ପ୍ରଦାନ କରାଯାଇଥିବାବେଳେ ପୂର୍ବାହ୍ଣ ୧୦ଟାରୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଗଠନ ଦିଗରେ ଗୋପବନ୍ଧୁଙ୍କ ଭୂମିକା, ଓଡ଼ିଶାକୁ ନେଇ ଉତ୍କଳମଣି ଦେଖିଥିବା ସ୍ବପ୍ନ ଏବଂ ତାଙ୍କ ଜୀବନାଦର୍ଶ ସହ ଗୋପବନ୍ଧୁଙ୍କ ସେବାମୂଳକ କାର୍ଯ୍ୟ ଆଦିକୁ ନେଇ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ। ବିଚାରକ ଭାବେ ଶିକ୍ଷା, ସାହିତ୍ୟ ଏବଂ ଗବେଷଣା, ମନୋରଞ୍ଜନ, ଗଣମାଧ୍ୟମ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦାୟିତ୍ବ ନିର୍ବାହ କରିଥିଲେ। ସେମାନେ ମଧ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ସୁଚିନ୍ତିତ ଓ ସାରଗର୍ଭକ ପରାମର୍ଶ ଦେଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories