www.samajalive.in
Sunday, December 14, 2025
16.1 C
Bhubaneswar

ମାନବ ସେବାର ଅନ୍ୟନାମ ଗୋପବନ୍ଧୁ

ଭବାନୀପାଟଣା : ମାନବ ସେବାର ଅନ୍ୟନାମ ଗୋପବନ୍ଧୁ ବୋଲି ଆଜି “ଜନସେବୀ ଗୋପବନ୍ଧୁ” ଶୀର୍ଷକ ଜିଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୁନି ବକ୍ତାମାନେ ମତପୋଷଣ କରିଥିଲେ। ଗତ ୨୨ ତାରିଖ ଦିନ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ଆଜି ଜିଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ପୋଲିସ ହାଇସ୍କୁଲରେ ଅନୁଷ୍ଠିତ “ଜନସେଵୀ ଗୋପବନ୍ଧୁ” ଶୀର୍ଷକ ଜିଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଭବାନୀପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଶିବାନନ୍ଦ ବାରିକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି। ସେହିଭଳି କେସିଙ୍ଗା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଦ୍ଵିତୀୟ ଏବଂ ଜୁନାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ପୁଝାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ପ୍ରତିଯୋଗିତାରେ ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ଲିଙ୍ଗରାଜ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର ଏବଂ ଶିକ୍ଷାବିତ୍ ବିରଞ୍ଚି ନାରାୟଣ ମୁଣ୍ଡ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ। “ସମାଜ” ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ କବି ପ୍ରତାପ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ପୋଲିସ ହାଇସ୍କୁଲର ଛାତ୍ରୀ ଆଦ୍ୟାଶା କର, ଭୂମିଶୁତା ସେଠ ଏବଂ ଦିଶା ପାଣ୍ଡେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଗୋପବନ୍ଧୁ ଉତ୍କଳମଣି ନୁହନ୍ତି ବରଂ ଭାରତମଣି ବୋଲି ଅଭିହିତ କରିବା ସହ ଆଜିବି ଓଡ଼ିଆ ଖବରକାଗଜ କହିଲେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ “ସମାଜ” କୁ ହିଁ ବୁଝାଏ ବୋଲି ଶିକ୍ଷାବିତ୍ ଲିଙ୍ଗରାଜ ମିଶ୍ର ମତ ପ୍ରକାଶ କରିଥିଲେ । ସେହିଭଳି ପିଲାମାନେ ଗୋପବନ୍ଧୁଙ୍କ ଚିନ୍ତା ଚେତନା ଏବଂ ସମାଜସେବା ସଂକ୍ରାନ୍ତରେ ଅଧିକ ଜ୍ଞାନ ଆହୋରଣ ପାଇଁ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର ପିଲାଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ରବି ନାରାୟଣ ପଟ୍ଟନାୟକ, କର୍ମଚାରୀ ମହେନ୍ଦ୍ର ମାଝି ପ୍ରମୁଖ ସହଯୋଗ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ଜିଲାର ଦୂରଦୂରାନ୍ତରୁ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories