www.samajalive.in
Saturday, December 6, 2025
26.1 C
Bhubaneswar

ଟାଉନ ପୁଲିସ କବ୍‌ଜାରେ ଆନ୍ତଃଜିଲା ବାଇକ ଚୋର ଗ୍ୟାଙ୍ଗ

ସୁନ୍ଦରଗଡ଼ : ଗତ କିଛି ମାସ ହେବ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ ବାଇକ ଚୋରୀ ଘଟଣା ପୁଲିସର କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ପୁଲିସ ଏକ ଆନ୍ତଃଜିଲା ବାଇକ୍ ଚୋର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ କରିବା ସହ ସେମାନଙ୍କଠାରୁ ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ପ୍ରଭୁତି ସ୍ଥାନରୁ ଚୋରୀ ହୋଇଥିବା ୧୩ଟି ବାଇକକୁ ଜବତ କରିଥିବା ଜଣାପଡିଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଆଗାମୀ ଦିନରେ ଅଧିକ ଚୋରୀ ବାଇକ ଜବତ ହେବାର ସମ୍ଭାବନା ରହିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି । ମଙ୍ଗଳବାର ଟାଉନ ଥାନା ପରିସରରେ ଏ ସମ୍ପର୍କରେ ସୂଚନା ଦେଇ ଏସପି ସୌମ୍ୟା ଆହୁରି କହିଛନ୍ତି ଯେ, ତଦନ୍ତ ବ୍ୟାଘାତ ହେବା ଆଶଙ୍କାରେ ଅନେକ ତଥ୍ୟ ବର୍ତ୍ତମାନ କୁହାଯାଇ ପାରିବ ନାହିଁ ମାତ୍ର ପୁଲିସ ଏହି ଆନ୍ତଃଜିଲା ଗ୍ୟାଙ୍ଗର ଚେର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଦୃଢ଼ତାର ସହ କହି ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ଅନ୍ତର୍ଗତ ବିରବିରାର ସୁବ୍ରତ ଶେଖର ଦେଓ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିବା ବେଳେ ସଞ୍ଜୟ କିଶାନ ଓରଫ ମୁନା, ଭୁବନ ମାଝୀ, ମହେଶ୍ବର ପୁଝାରୀ ଓରଫ ମୁନା ପ୍ରମୁଖ ସୁବ୍ରତର ସହଯୋଗୀ ଥିଲେ । ଭୁବନ ଓ ମହେଶ୍ବର ବାଇକ ଚୋରୀ କରିବା ପରେ ଗ୍ରାହକ ଜୁଟାଇ ୧୦ ରୁ ୧୫ ହଜାର ଟଙ୍କା ମଧ୍ୟରେ ବାଇକ ଗୁଡ଼ିକୁ ବିକ୍ରି କରିବାର ବ୍ୟବସ୍ଥା କରୁଥିବା ବେଳେ ସୁବ୍ରତ ଓ ସଞ୍ଜୟ ବିଭିନ୍ନ ଅଞ୍ଚଳ ଯାଇ ଜନଗହଲି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ହାବଭାବ ଓ ବାଇକର ଅବସ୍ଥିତି ସମ୍ପର୍କରେ ପରଖିବା ପରେ ୪ଜଣିଆ ଗ୍ୟାଙ୍ଗ ନିଜ ମଧ୍ୟରେ ଆଲୋଚନା କରି ବାଇକ ଚୋରୀର ଯୋଜନାକୁ ଚୂଡ଼ାନ୍ତ ରୁପ ଦେଉଥିଲେ ବୋଲି ଏସପି ସୌମ୍ୟା ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ବାଇକ ଜବତ ହେବା ସହ ଚୋରୀ ବାଇକକୁ କିଣିବା ଅଭିଯୋଗରେ ୯ଜଣ ଅଜୟ ଲାକ୍ରା, ସୁଲେ ଲାକ୍ରା, ସୁବାଷ ପଟେଲ, ନରବେଟ ତିର୍କୀ, ଆଶିଷ ପଟେଲ, ଲୁଇସ ତିର୍କୀ, ଜାକ୍ରିୟାସ ଲାକ୍ରା, ଜଗଦୀଶ ବେକ, ଲାଦ୍ରୁସ ଏକ୍କା, ଅମିତ ଲାକ୍ରା ପ୍ରମୁଖଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଚୋରୀ ବାଇକ ଜବତ କରାଯାଇଛି । ମୋଟ ୧୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସଦର ଏସଡ଼ିପିଓ ବଳଭଦ୍ର ଦୀପଙ୍କ ନେତୃତ୍ବରେ ଟାଉନ ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ, ଲେଫ୍ରିପଡ଼ା ଥାନାରେ ଅବସ୍ଥାପିତ ପ୍ରୋବେଶନର ଡ଼ି.ଏସ.ପି. ମଧୁଶିକ୍ତା ମିଶ୍ର ସମେତ ଲେଫ୍ରିପଡ଼ା, ସଦର, କିଞ୍ଜିରକେଲା ଥାନା ଅଧିକାରୀମାନେ ଏହି ଟିମରେ ସାମିଲ ଥିବାର ଜଣାପଡ଼ିଛି । ଗିରଫ ଚୋର ଗ୍ୟାଙ୍ଗ ୪ଜଣଙ୍କ ନାମରେ ସୁନ୍ଦରଗଡ ଟାଉନ ଥାନାରେ ୫ଟି ମାମଲା, ସଦର ଥାନରେ ୨ଟି ମାମଲା, ଲେଫ୍ରିପଡା ଥାନରେ ୨ଟି ମାମଲା, କିଞ୍ଜିରକେଲା ଥାନାରେ ୩ଟି ମାମଲା ଓ ତଳସରା ଥାନାରେ ଗୋଟିଏ ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories