କଳାପଥର : ବାଙ୍କୀରେ ନୂଆ ତରିକା ଆପଣାଇଛନ୍ତି ଚୋରା ମଦ ବ୍ୟବସାୟୀ । ଉପରେ ପନିପରିବା ବୁହା ଟ୍ରେ ରହିଛି କିନ୍ତୁ ଟ୍ରେ ତଳେ ଲୁଚାଇ କରି ଚାଲାଣ ହେଉଛି ଦେଶୀ ମଦ । ଏଭଳି ଏକ ମଦ ବୋଝେଇ ଗାଡିକୁ ଜବତ କରିଛି କଟକ ଜିଲ୍ଲା ବାଙ୍କୀ ଅବକାରୀ ବିଭାଗ । ଚୋରା ଦେଶୀ ମଦ ଚାଲାଣ ଖବର ପାଇ ଟାଉନ ଅଂଚଳରେ ଚଢ଼ାଉ ହୋଇଥିଲା । ଗୋଟିଏ ପନିପରିବା ବୁହା ପିକଅପ ଭ୍ୟାନରୁ ବିପୁଳ ମଦ ଜବତ ହୋଇଛି । ଘଟଣା ସ୍ଥଳରୁ ଡ୍ରାଇଭରକୁ ଅଟକ ରଖି ଏହାର ଅଧିକ ତଦନ୍ତ କରୁଛି ବିଭାଗ । ଅଟକ ଡ୍ରାଇଭର ନାମ ଜ୍ଞାନ ରଞ୍ଜନ ବେହେରା, ବାପା ସନ୍ତୋଷ ବେହେରା । ଘର ଆଠଗଡ ଅଂଚଳର ମେଘା କଦମ୍ବପାଟଣାରେ ବୋଲି ଜଣାପଡିଛି । ସୂଚନା ଥାଉକି ମଦ ବୋଝେଇ ପିକଅପ ଭ୍ୟାନଟି ଆଠଗଡ ଅଂଚଳରୁ ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀର ସେତୁ ଦେଇ କଳାପଥର ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଉକ୍ତ ପନିପରିବା ଟ୍ରେ ବୋଝେଇ ଗାଡିଟିକୁ ଅଟକ ରଖି ତଦନ୍ତ କଲାବେଳେ ସେଥିରୁ ଦେଶୀ ମଦ ବସ୍ତା ବ୍ଲାଡର ବାହାରିଥିଲା ।
Popular Categories



