www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପାଟଣା : ପାଟଣା ବ୍ଲକ ସଭାଗୃହଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରକୁ ମୋଟ ୬୫ଟି ଅଭିଯୋଗ ଆସିଥିବାବେଳେ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ବିଭାଗୀୟ ଅଧିକାରୀମାନେ ସହଯୋଗ କରିଥିଲେ। ଏହାଛଡା ଶିବିରରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୭ ଜଣ ଦିବ୍ୟାଙ୍ଗଙ୍କୁ ବିଦ୍ୟୁତ ଚାଳିତ ୪ ଚକିଆ ବଣ୍ଟନ କରାଯାଇଥିଲା। ଶିବିରକୁ ଆସିଥିବା ମୁଖ୍ୟ ଦାବି ମଧ୍ୟରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପାଟଣା ବଜାର ଅଞ୍ଚଳରେ ଦୋକାନ ଭଙ୍ଗା ଯିବା ପରେ ମଧ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ବିଳମ୍ବିତ ଏବଂ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ଦାବି ଥିବା ବେଳେ ମଙ୍ଗଳପୁର ଠାରୁ ଭୀମକୁଣ୍ଡ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଶିଘ୍ର ସାରିବା ଏବଂ ମଲ୍ଲୀପଶି ଛକ ଠାରୁ ଚିନାମାଳି ରାସ୍ତା ର ଉନ୍ନତିକରଣ ପାଇଁ ମଧ୍ୟ ଦାବି ହୋଇଥିଲା। ଅନ୍ୟାନ୍ୟ ଦାବି ମଧ୍ୟରେ ଭତ୍ତା, ଆବାସ ଆଦି ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲ୍ଲାପାଳ ଵିଶାଲ ସିଂହଙ୍କ ସହ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ତାଗଡୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗ ଭୂଷଣ, ଡିଏଫଓ ଏଚ ଡି ଧନରାଜ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ,ଉପଜିଲ୍ଲାପାଳ ଉମାଶାଙ୍କର ଦଳେଇ, ସିଡିଏମଓ ଡାକ୍ତର ବିନୋଦ ବିହାରୀ ମିଶ୍ର,ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ,ଜିଲ୍ଲା ଯୋଗାଣ ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଓ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଆଶ୍ୱିନୀ କୁମାର ନାଏକ ଶୁଣାଣିରେ ସାମିଲ ଥିଲେ। ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ।ଏପିଓ ଦୀପକ କୁମାର ବେହେରା, ଜିପିଡ଼ିଓ ରଶ୍ମିରେଖା ମହାନ୍ତି,ଓ ଅନ୍ୟମାନେ କାର୍ଯ୍ୟକ୍ରମର ପଞ୍ଜିକରଣ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories