www.samajalive.in
Saturday, December 13, 2025
14.1 C
Bhubaneswar

ଭୋଟଗଣତି ବେଳେ ବୋମାମାଡ଼, ୯ ବର୍ଷୀୟା ଶିଶୁକନ୍ୟା ମୃତ

ସମାଜ ଡିଜିଟାଲ ଡେସ୍କ: ଉପନିର୍ବାଚନ ଭୋଟ ଗଣତି ବେଳେ ବୋମାମାଡ଼ ଯୋଗୁ ଜଣେ ୯ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ନଦିଆ ଜିଲାରେ ସୋମବାର ଏହି ଘଟଣା ଘଟିଛି।

ପୁଲିସ ସୂଚନା ଅନୁସାରେ, କାଲିଗଞ୍ଜ ବିଧାନସଭା ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟ ସୋମବାର ଚାଲିଥିଲା। କାଲିଗଞ୍ଜ ଥାନା ଅନ୍ତର୍ଗତ ବାରୋଚନ୍ଦଗରରେ ଏକ କେନ୍ଦ୍ରରେ ଭୋଟ ଗଣତି ସମୟରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଜଣେ ୯ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories