www.samajalive.in
Saturday, December 13, 2025
26.1 C
Bhubaneswar

ନବଭାରତ ଗଠନ ପାଇଁ ସଂଖ୍ୟା ଗରିଷ୍ଠ ସରକାର ଆବଶ୍ୟକ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନବଭାରତ ଗଠନ ପାଇଁ ଏକ ସଂଖ୍ୟା ଗରିଷ୍ଠ ଓ ମଜବୁତ ସରକାର ଆବଶ୍ୟକ। ସେ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସରକାର ଦେଶର ସର୍ବାଙ୍ଗିନ ଉନ୍ନତି କରୁଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶରୁ ନବଭାରତ ଗଠନ ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ଣରେ ବାରାଣସୀର ରୋହାଣିଆ ଅଞ୍ଚଳ ସ୍ଥିତ ଔଢ଼େ ଗ୍ରାମରେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ସଂଖ୍ୟାରେ ବିଦ୍ୟୁତ୍‍, ରେଳ ଓ ସଡ଼କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଓ ଅନେକ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ବିଗତ ସାଢ଼େ ଚାରି ବର୍ଷ ଭିତରେ ସରକାର ବିଜ୍ଞାନ ଓ ବୈଷୟିକଜ୍ଞାନର ବିକାଶରେ ଅନେକ ପଦକ୍ଷେପ ନେଇଛନ୍ତି। ବନ୍ଦେ ଭାରତ ଟ୍ରେନ୍‍ ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ବୁଲେଟ ଟ୍ରେନ୍‍ ନିର୍ମାଣ କରିବ ଓ ଏହାକୁ ସଫଳତାର ସହ ଚଳାଇବ। ପ୍ରଧାନମନ୍ତ୍ରୀ ତାଙ୍କର ବାରାଣସୀ ଗସ୍ତ ସମୟରେ ୩୫୦କୋଟି ଟଙ୍କା ସମ୍ବଳିତ ୪୭ଟି ବିକାଶ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories