www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରମ୍ପଙ୍କ ଉପରେ ବର୍ଷିଲେ ରୁଷ-ଚୀନ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ କଲେ ଟାର୍ଗେଟ୍‍

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଆକ୍ରମଣ ପରେ ଇରାନ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରିଥିଲା । ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଥିଲା । ଏହି ବୈଠକରେ ଅନ୍ତର୍ଜାତୀୟ ପରମାଣୁ ଏକ୍ତି ଏଜେନ୍ସର ମହାନିର୍ଦ୍ଦେଶକ ରାଫେଲ ଗ୍ରୋସୀ ଇରାନର ପରିସ୍ଥିତି ଏବ ଇସ୍ରାଏଲ ଆମେରିକା ଆକ୍ରମଣ ଦ୍ୱାରା ଇରାନକୁ ହୋଇଥିବା କ୍ଷତି ବିଷୟରେ ସମସ୍ତ ଦେଶ ଗୁଡିକୁ ଅବଗତ କରାଇଥିଲେ । ଆମେରିକା ଇରାନ ଉପରେ ଆକ୍ରମଣ କରିବାର କାର୍ଯ୍ୟକୁ ଯଥାର୍ଥ ଦର୍ଶାଇଥିଲା । ଯେକୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ ବୋଲି ସଂକଳ୍ପକୁ ପୁନର୍ବାର ଦୋହରାଇଥିଲା ।

ଇରାନ ଉପରେ ଆମେରିକାର ଆକ୍ରମଣକୁ ରୁଷ-ଚୀନ ଦୃଢ ନିନ୍ଦା କରିଛନ୍ତି । ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ପାକିସ୍ତାନ ସହିତ ହାତ ମେଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ସମୟରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‍ ଇସ୍ରାଏଲ ଏବଂ ଇରାନର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଇରାନ ଉପରେ ଆମେରିକାର ଆକ୍ରମଣକୁ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ ବୋଲି ବର୍ଣ୍ଣନା କହିଛନ୍ତି । ସମସ୍ତ ସଦସ୍ୟ ରାଷ୍ଟ୍ରକୁ କୂଟନୀତି ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକାଶ କରିବା ଏବଂ ବ୍ୟାପକ ସଂଘର୍ଷ ରୋକିବା ପାଇଁ ବିଶ୍ୱ ନେତାମାନଙ୍କ ଆହ୍ୱନେ ମଧ୍ୟରେ ପାକିସ୍ତାନ-ଚୀନ ଏବଂ ରୁଷ ଇସ୍ରାଏଲକୁ ସୀମା ଲଘଂନ ନକରିବାକୁ କହିଥିଲେ । ସେପଟେ ଇସ୍ରାଏଲର ପକ୍ଷ ନେଇ ଆମେରିକା କହିଛି ଯେ କୌଣସି ପରିସ୍ଥିତିରେ ବି ଇରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories