www.samajalive.in
Monday, December 8, 2025
24.1 C
Bhubaneswar

ଗାଁ ଠାରୁ ସହର ଦୂଷିତ ପାନୀୟଜଳ; ମାଡୁଛି ହଇଜା

ରଣପୁରଗଡ: ରାଜ୍ୟରେ ହଇଜା ଯାଜପୁର ଜିଲ୍ଲା ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଲାଣି। ଏଭଳି ଉଦବେଗଜନକ ପରିସ୍ଥିତିରେ ହଇଜାର କାରଣ ଦୂଷିତ ପାନୀୟଜଳ ବୋଲି କୁହାଯାଉଥିଲା ବେଳେ ଅନେକ ଗ୍ରାମାଞ୍ଚଳରେ ନଳକୂପ ମାନଙ୍କରେ ସୋକ୍ ପିଟ୍ ନଥିବାରୁ ବଳକା ଜଳ ନଳକୂପ ମୂଳରେ ଜମା ହୋଇ ପାନୀୟଜଳକୁ ଦୂଷିତ କରୁଛି। ସହରାଞ୍ଚଳରେ ପାନୀୟଜଳ ଯୋଗାଣ ପାଇପ୍ ଫାଟି ବାହାର ଦୂଷିତ ଜଳ ପାନୀୟଜଳ ସହ ମିଶୁଛି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ସାନ ଲତାର ନଳକୂପ ଠାରୁ ଆରମ୍ଭ କରି ସବୁ ଗ୍ରାମରେ। ଗାଁ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥ କାଗଜପତ୍ରରେ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ପାନୀୟଜଳ ଯୋଗାଣ ବିଭାଗ ନିଦ୍ରାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ସେହିଭଳି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ହାଟସାହି ମାଛ ବଜାର ଦଶହରା ପଡ଼ିଆ ଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନୀୟଜଳ ଯୋଗାଣ ପାଇପ୍ ଫାଟି ବାହାର ପଚ୍ଚା ପାଣି ସଂସ୍ପର୍ଶରେ ଆସୁଛି। ଆଗକୁ ଘୋଷଯାତ୍ରା ପ୍ରବଳ ଜନସମାଗମ। କେଉଁଠାରେ ବ୍ଳିଚିଙ୍ଗ ପାଉଡର ପଡିବା ଗାଁ ଠାରୁ ସହର ଯାଏ ଦେଖିବାକୁ ମିଳୁନି। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର କହିଛନ୍ତି ଏବେ ବ୍ଳିଚିଙ୍ଗ ଆସିଛି ସବୁଆଡେ ପକାଯିବ। ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀଙ୍କୁ ଫାଟିଥିବା ପାଇପ୍ ମରାମତି ପାଇଁ କୁହାଯିବ। ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ ନଳକୂପ ମାନଙ୍କରେ ଦୂଷିତ ଜଳ ନିଷ୍କାସନ ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories